ପରିବେଶ ଅନୁକୂଳ ସାନିଟାରି ନାପ୍‌କିନ୍‌

ବର୍ତ୍ତମାନ ପରିବେଶ ପ୍ରଦୂଷଣକୁ ନେଇ ବିଶ୍ୱବାସୀ ଚିନ୍ତିତ । ଏଭଳି ସ୍ଥଳେ ବଜାରରେ ବିକ୍ରି ହେଉଥିବା ସାଧାରଣ ସାନିଟାରି ନାପ୍‌କିନ୍ ମୃତ୍ତିକା ପ୍ରଦୂଷଣ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରୁଛି । ଏଥିରୁ ମୁକ୍ତିପାଇବା ଲାଗି କୋଏମ୍ବାଟୁରର ଯୁବତୀ ଇଶାନା(୧୮) ପରିବେଶ ଉପଯୋଗୀ ଓ ରିୟୁଜେବଲ କଟନ ସାନିଟାରି ପ୍ୟାଡ୍ ପ୍ରସ୍ତୁତ କରିଛନ୍ତି । ଏହାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ସିଲେଇ ମେସିନ୍ ଓ ଅନ୍ୟ ଆବଶ୍ୟକ ଜିନିଷ ବ୍ୟବହାର କରି ସେ ଏହା ପ୍ରସ୍ତୁତ କରୁଥିବାବେଳେ ଅନ୍ୟମାନେ ଏନେଇ ଉତ୍ସାହିତ ମଧ୍ୟ ହୋଇଛନ୍ତି । ଇଶାନା କହିଛନ୍ତି, ଏନେଇ ସଚେତନତାର ଆବଶ୍ୟକତା ରହିଛି । ବଜାରରେ ମିଳୁଥିବା କେମିକାଲ୍ ଲେପଯୁକ୍ତ ସାଧାରଣ ଶସ୍ତା ପ୍ୟାଡ୍ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟିକରୁଛି । ମୁଁ ମଧ୍ୟ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଛି । ତେଣୁ କଟନ୍ କପଡ଼ାରେ ପ୍ରସ୍ତୁତ କରାଯାଉଥିବା ଇକୋ ଫ୍ରେଣ୍ଡ୍‌ଲି ସାନିଟାରି ନାପ୍‌କିନ୍ ସମସ୍ତଙ୍କ ଲାଗି ଭଲ । ଏହା କଟନ୍ ଲେୟରଯୁକ୍ତ ଓ ପୁନଃ ବ୍ୟବହାର ଯୋଗ୍ୟ ଇକୋ ଫ୍ରେଣ୍ଡ୍‌ଲି ପୋଷାକ ଭଳି । ଏହାକୁ ଯୁବତୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ମହିଳାମାନେ ପିନ୍ଧିପାରିବେ ବୋଲି ସେ ମତ ଦେଇଛନ୍ତି । ସୋସିଆଲ୍ ମିଡିଆରେ ଏହାକୁ ବେଶ୍ ପ୍ରଶଂସା କରାଯାଇଛି । ମହିଳାମାନଙ୍କ ଲାଗି ଇଶାନା ଏବେ ରୋଲ୍ ମଡେଲ୍ ପାଲଟିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ