ପରିବେଶ ଓ ଗଣତନ୍ତ୍ର ଉପରେ ସ୍ମରଣିକା ପ୍ରକାଶ ପାଇବ

ଭୁବନେଶ୍ୱର:ପୂଜ୍ୟ ପୂଜକ ବାବା ବଳିଆଙ୍କ ପକ୍ଷରୁ ମଇ ୩, ୪ ଓ ୫ ତାରିଖରେ ହେବାକୁ ଥିବା ଜାତୀୟସ୍ତରୀୟ ପରିବେଶ ଓ ଗଣତନ୍ତ୍ର ଜ୍ଞାନଯଜ୍ଞ ସମାବେଶ ଉପଲକ୍ଷେ ଏକ ସୁଦୃଶ୍ୟ ରଙ୍ଗୀନ ସ୍ମରଣିକା ପ୍ରକାଶ ପାଇବ ବୋଲି ଆଜି ସ୍ମରଣିକା କମିଟିର ଏକ ବୈଠକ ସ୍ମରଣିକାର ମୁଖ୍ୟ ସମ୍ପାଦକ ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସମ୍ବାଦ ଭବନଠାରେ ଅନୁଷ୍ଠିତ ହୋଇଯାଇଛି ।ଆଜିର ଏହି ବୈଠକରେ କାର୍ଯ୍ୟକ୍ରମର ସଂଯୋଜକ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ଡଃ ବଦ୍ରିନାଥ ପଟ୍ଟନାୟକ, ଅନନ୍ତ ପ୍ରଭାର ସମ୍ପାଦକ ମନୋଜ ଦାସ, ପୂର୍ବତନ ପ୍ରଶାସକ ମହେନ୍ଦ୍ର ପଟ୍ଟନାୟକ, ପ୍ରଯୋଜକ ହର ବାରିକ, ପ୍ରମୋଦ ମହାପାତ୍ର, ପ୍ରକାଶ ଦାସ, ପୁରାଣ ପତ୍ରିକାର ସମ୍ପାଦକ ତ୍ରିନାଥ ପଟ୍ଟନାୟକ, ଶ୍ରୀମତୀ ବିଜୟଲକ୍ଷ୍ମୀ ପଟ୍ଟନାୟକ, ପ୍ରଦୀପ କୁମାର ଦାସମହାପାତ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ