ପରିବେଶ ଧ୍ୱଂସ : ଆଇ.ଓ.ସି.ଏଲ. କାଟିଲା ୯୩ ଗଛ

ବୁଗୁଡ଼ା, (ଅନିଲ କୁମାର ମହାରଣା) :ବିରଞ୍ଚିପୁର-ମାଣିତରା-ଜିରାବାଡି ପୂର୍ତ୍ତ ବିଭାଗ ରାସ୍ତା କଡରେ ବନ ବିଭାଗ ପକ୍ଷରୁ ବୃକ୍ଷ ରୋପଣ କରି ସୁରକ୍ଷା ଦେଇ ବଡ଼ ଗଛରେ ପରିଣତ କରାଯାଇଥିଲା । ହେଲେ ସେହି ରାସ୍ତା କଡର ବଡଧରଣର ୯୩ ଗୋଟି ଗଛକୁ ଆଇ.ଓ.ସି.ଏଲ. କମ୍ପାନୀ ବିନା ଅନୁମତିରେ ସମ୍ପୂର୍ଣ୍ଣ ଓ ଆଂଶିକ ଭାବେ କାଟି ପରିବେଶ ଧ୍ୱଂସ କରିଥିବା ଦେଖାଦେଇଛି । ବାଟୋଇମାନେ ଗଛର ଛାୟାରେ ଆରାମରେ ଯାତାୟାତ କରୁଥିବା ବେଳେ ଆଇ.ଓ.ସି.ଏଲ. କମ୍ପାନୀ ବିରଞ୍ଚିପୁର ଠାରୁ ଆରମ୍ଭ ହୋଇ ବାଘୁଆ କେନାଲ ପର୍ଯ୍ୟନ୍ତ ପ୍ରାୟ ଦେଢ଼ କିଲୋମିଟର ରାସ୍ତା କଡର ଗଛକୁ କାଟି ରାସ୍ତା କଡରେ ବିଦ୍ୟୁତ ଖୁଣ୍ଟି ପୋତିଥିବା ଦେଖାଯାଇଛି । ବିଦ୍ୟୁତ ଖୁଣ୍ଟି ପୂର୍ତ୍ତବିଭାଗ ରାସ୍ତା କଡରେ ଯେପରି ଭାବରେ ପୋତା ଯାଇଛି କୌଣସି ସମୟରେ ମଧ୍ୟ ରାସ୍ତା କଡରେ ବୃକ୍ଷ ରୋପଣ ହୋଇପାରିବ ନାହିଁ । ଭବିଷ୍ୟତରେଏହି ପୂର୍ତ୍ତବିଭାଗ ରାସ୍ତା ଚଉଡା ହେବାର ଯୋଜନା ଥିବାବେଳେ ପୂର୍ତ୍ତବିଭାଗର ରାସ୍ତା କଡରେ ବିନା ଅନୁମତିରେ ମନଇଚ୍ଛା ବିଦ୍ୟୁତ ଖୁଣ୍ଟ ପୋତିବା ସହ ରାସ୍ତା କଡର ଗଛ ଗୁଡିକି ସମ୍ପୂର୍ଣ୍ଣ ଓ ଆଂଶିକ କାଟି ନିଜର ଦାଦାଗିରି ଜାହିର କରିବା ମନେ ହେଉଛି । ଏହି ଗଛ କାଟି ପରିବେଶ ଧ୍ୱଂସ କରିଥିବା ଯୋଗୁଁ ଜନସାଧାରଣ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ବିଦ୍ୟୁତ ବିଭାଗ ବିଦ୍ୟୁତ ବିଭାଗ ସଂଯୋଗ ନଦେବାକୁ ଜନସାଧାରଣ ଦାବି କରିବା ସହ ଆଇ.ଓ.ସି.ଏଲ. ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି । ଗଞ୍ଜାମ ଜିଲ୍ଲାପାଳ ମହୋଦୟ ଏବଂ ପୂର୍ତ୍ତବିଭାଗ ଓ ବନବିଭାଗ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ