ପରିବେଶ ଯୋଦ୍ଧା ଓ ସମାଜସେବୀ ମହେଶ୍ୱର ପରିଡା

କଣାସ,(ପାହାନ୍ତା ସିଂହ ଅଞ୍ଜଳୀ ସାହୁ):କଣାସ ବ୍ଲକ ରେ ଘରେ ଘରେ ପରିଚିତ ପରିବେଶ ଯୋଦ୍ଧା ଓ ସମାଜସେବୀ ମହେଶ୍ୱର ପରିଡା।ସେ ଦେଖିବାକୁ ଯେମିତି ସରଳ ତାଙ୍କ ଜୀବନୀ ଯାପନ ଅତି ସରଳ, ଶାନ୍ତଶିଷ୍ଟ ଶୋଭାବ। ନିଜ ର ଘର କଣାସ ବାହାରେ ହୋଇଥିଲେ ମଧ୍ୟ ନିଜର ଜନ୍ମ ଭୂମି ଓ କମଭୂମି କଣାସ କୁ ହଁ ବାଛି ନେଇଛନ୍ତି।ସେ ପରିଶ୍ରମ କୁ କେବେ ହାର ମାନି ନେଇ ନାହାନ୍ତି। ଅହରହ ଗଛ ଲଗାଇଥିବା ତାଙ୍କର ନିଶା ପାଲଟିଛି। କଣାସ ରେ ନିଜ ଚାକିରି ର ଅବସର ସମୟରେ ଗଛ ଲଗାଇବାର ନିଶା ଆଜି ତାଙ୍କୁ ଦେଇଛି ଅଜସ୍ର ପ୍ରଶଂସା ଓ ପରିଚୟ ଦେଇଛି। ୫୦୦୦ ରୁ ଊର୍ଦ୍ଧ୍ବ ଗଛ ଲଗେଇ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଅନ୍ୟର ଜନ୍ମ ଦିନ ହେଉ କିମ୍ବା କୌଣସି ଜାତୀୟ ଦିବସ ସବୁ ବେଳେ ଗଛ ଲଗାଇବାର ବାହାନା ଆଜି ଦେଇଛି ମହେଶ୍ୱରଙ୍କୁ ସମ୍ବର୍ଦ୍ଧନା ଦେଇଛି ଜିଲ୍ଲା ଜଙ୍ଗଲ ବିଭାଗ। ଏକ ସବୁଜ ମୟ ପରିବେଶ କଳ୍ପନା କରି ପୁରୀ ଜିଲ୍ଲା ଡିଏଫଓଙ୍କ ଦ୍ଵାରା ପ୍ରକୃତି ବନ୍ଧୁ ସମ୍ମାନ ରେ ସମ୍ମାନିତ ହୋଇ ଛନ୍ତି ।କଣାସ ଦମକଳ କେନ୍ଦ୍ରର ହାବିଲଦାର ତଥା ଗାଡ଼ି ଚାଳକ ମହେଶ୍ୱର ପରିଡ଼ା। ସେ ଯେଉଁ ଠିନା ରୁହନ୍ତୁ ଗଛ ଲଗାଇଥିବା ତାଙ୍କର ନିଶା।ପୁରୀ ବାଲୁଖଣ୍ଡ ନୂଆ ନଈ ପ୍ରକୃତି ନିବାସ ରେ ସମସ୍ତ ଜଙ୍ଗଲ ବିଭାଗ କର୍ମଚାରୀ ଗହଣ ରେ ମିଳିଛି ଶୁଭେଚ୍ଛା ଓ ଶୁଭକାମନା ଆଉ ୫୦୦୦ ଗଛ ଲଗାଇବା ପାଇଁ। କଣାସ ଅଚଳ ର ବିଭିନ୍ନ ରାସ୍ତାରେ ଗଛ ଲଗାଇଵା ସହିତ ତାଙ୍କୁ ପାଣି ଦେଵା, ତା ଚାରିପଟେ ବାଡ଼ ବୁଜି ଗଛକୁ ବଂଚାଇ ରଖିବା ତାଙ୍କର ନିଶା। ଭବିଷ୍ୟତ କୁ ଦୃଷ୍ଟିରେ ରଖି କିଭଳି ଅମ୍ଳଜାନ ର ଅଭାବ ରହିବ ନାହିଁ ସେଥିପାଇଁ ସେ ଅହରହ ଚେଷ୍ଟିତ। ଵିଵାହ ଉତ୍ସବ, ବ୍ରତଘର, ଜନ୍ମ ଉତ୍ସବ ରେ ସେ ଉପସ୍ଥିତ ରହି ସେ ଗଛ ଉପହାର ଦେଇଥାନ୍ତି। ସେଥିପାଇଁ ସେ ଏମ ଏମ ଏସ ଗ୍ରୀନ ଫ୍ୟାମିଲ ସଂଗଠନ ତିଆରି କରିଛନ୍ତି। କଣାସ ଦଶହରା ପଡିଆ ସ୍ଥିତ ପିଏସ୍ କ୍ୟାରିୟର ଏକ୍ସପ୍ଲୋର ରେ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅବସର ସମୟରେ ଶାରୀରିକ ଶିକ୍ଷା ପ୍ରଦାନ କରିଥାନ୍ତି। ପିଏସ୍ କ୍ୟାରିୟର ର ଛାତ୍ର ଛାତ୍ରୀ ମାନଙ୍କ ଜନ୍ମଦିନ ରେ କେକ ନ କାଟି ଗଛ ଲଗାଇ ଜନ୍ମ ଦିନ ଉତ୍ସବ ପାଳନ କରିଥାଆନ୍ତି।ସେ କୁହନ୍ତି ଦିନ ଥିଲା ଲୋକ ମାନେ ପିଇବା ପାଇଁ ପାଣି କିଣିବା ପାଇଁ ଅମଙ୍ଗ ହେଉଥିଲେ । ବର୍ତମାନ ପିଇବା ପାଣିର ସଂରକ୍ଷଣ ଅଭାବ ଯୋଗୁଁ ଆମେ ପିଇବା ପାଣି କିଣିକି ପିଉଛୁ । ଏଭଳି ଅବସ୍ଥା ଅମ୍ଳଜାନ ପାଇଁ ସୃଷ୍ଟି ନ ହେଉ ।ଏବେ ଠାରୁ ଏଥିପ୍ରତି ଦୃଷ୍ଟି ଦେଲେ ଆଗକୁ ଆମକୁ ଅମ୍ଳଜାନ କିଣିବାକୁ ପଡ଼ିବ ନାହିଁ। ସମସ୍ତେ ନିଜ ବଗିଚାରେ ବିପୁଳ ମାତ୍ରା ରେ ଗଛ ଲାଗାଇଵା ପାଇଁ ଆହ୍ଵାନ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ