ପରିବେଶ ସୁରକ୍ଷା ନିମନ୍ତେ ୱାଇ.ଏମ୍.ସି ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବାଲେଶ୍ୱର, ,(ଯୁଗାବ୍ଦ ନ୍ୟୁଜ୍):: ବାଲେଶ୍ୱର ୱାଇ.ଏମ୍.ସି ପକ୍ଷରୁ ଭାସ୍କର ଗଞ୍ଜସ୍ଥିତ କବର ସ୍ଥାନରେ ୧୦୦ରୁ ଉଦ୍ଧ୍ୱର୍ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ଫଳ ଚାରା ସହିତ ଶାଗୁଆନ୍, ଆକାଶି ତଥା ଅନ୍ୟାନ୍ୟ ବହୁ ଚାରା ଅନ୍ତର୍ଭୁକ୍ତ କରାଇଥିଲେ । ଏହାକୁ ବାପ୍ଟିଷ୍ଟ ଚର୍ଚ୍ଚର ମୁଖ୍ୟ ପାଷ୍ଟର ରେଡ.ଆଲେନ୍ ମଣ୍ଡଲ ଶୁଭ ଉଦ୍ଘାଟନ କରିଥବା ବେଳେ ସମ୍ମାନୀତ ଅତିଥି ଭାବେ ଚର୍ଚ୍ଚର ସଭାପତି ଆଶିଷ କିସ୍କୁ, ପାଷ୍ଟର ରେଡ. ବୀରଞ୍ଜନ ମଣ୍ଡଳ, ସହକାରୀ ପାଷ୍ଟର ଜନ୍ ଦିଗାଲ, ୱାଇ.ଏମ୍.ସିର ସଭାପତି ସାଲେମ ବିକ୍ରମ କୁମାର, ୱାଇ.ଏମ୍.ସିର ସାଧାରଣ ସଂପାଦକ ସବିନୟ ବେହେରା, ଦୀପଜିତ୍ ବାରାକ୍, ପ୍ରଦୀପ ହଡସନ୍, ଜୟନ୍ତ ମହାପାତ୍ର, ଏନିୟେଲ ଦାସ, ସୁଶାନ୍ତ ସାହୁ, ଡିନିଏଲ ବେହେରା, ଲକ୍ଷ୍ମୀଧର, ରୂପକ ମିଶ୍ର ପ୍ରମୁଖ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ