ପରିବେଶ ସୁରକ୍ଷା ପାଇଁ ନିଆରା ବିଭାଘର

ବୋଲଗଡ଼,(ଯୁଗାବ୍ଦ ନ୍ୟୁଜ) : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ତାଳତୁମ୍ବ ଗ୍ରାମରେ ଶୁକ୍ରବାରଦିନ ପରିବେଶ ସୁରକ୍ଷା ପାଇଁ ଏକ ନିଆରା ବାହାଘର ଦେଖିବାକୁ ମିଳିଛି ଦୁଇ ଔଷଧୀୟ ବୃକ୍ଷ ଅଶ୍ୱତ୍ଥ ଓ ବର ମଧ୍ୟରେ । ଉକ୍ତ ଦୁଇ ବୃକ୍ଷ ବାୟୁମଣ୍ଡଳକୁ ଅଧିକ ଅମ୍ଲଜାନ ଯୋଗାଉ ଥିବାରୁ ଓ କରୋନାର ପ୍ରକୋପକୁ ପ୍ରତିହତ କରିବା ପାଇଁ ଏହି ଅଭିନବ ପ୍ରକ୍ରିୟା ହୋଇଥିଲା । ଗ୍ରାମର ସନାତନ ମହାପାତ୍ର ଓ ତାଙ୍କ ପତ୍ନୀ ରମାମଣି ମହାପାତ୍ର, ପ୍ରଦୀପ ବାରିକଙ୍କ ପତ୍ନୀ ସୂର୍ଯ୍ୟକାନ୍ତି ବାରିକ ଉଭୟ ବୃକ୍ଷଙ୍କ ପିତାମାତା ସାଜି ଏହି ମହନୀୟ କାର୍ଯ୍ୟ ତୁଲାଇଛନ୍ତି । ପୁରୋହିତ ରୀତିନୀତି ନିୟମ ଅନୁଯାଇ ମନ୍ତ୍ରପାଠ କରିବା ଫଳରେ ଚତୁର୍ଦ୍ଦିଗରେ ଆଧ୍ୟାତୀମିକ ବାତାବରଣ ସୃଷ୍ଟି ହୋଇଥିଲା ପଡିଥିଲା ଅଂଚଳରେ । ଏପରି ବାହାଘର ପରିବେଶ ସୁରକ୍ଷାର ବାର୍ତ୍ତା ଦେବା ସହିତ ଳକ୍ଷ୍ମୀନାରାୟଣ ସାରା ବିଶ୍ୱାବାସୀଙ୍କୁ ଆଶୀର୍ବାଦ କରନ୍ତୁ ବୋଲି ଏଠାରେ ପ୍ରାର୍ଥନା କରାଯାଇଥିଲା, ଏ ନେଇ ମହିମା ସେବା ଫାଉଣ୍ଡେସନର ପରିଚାଳନା ନିର୍ଦ୍ଦେଶକ, ସମାଜସେବୀ ନାରାୟଣ ଖୁଣ୍ଟିଆ ଏକ ପ୍ରେସ୍ ବାର୍ତ୍ତାରେ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ