ପରିବେଶ ସୁରକ୍ଷା ପାଇଁ ଶପଥ ନେଲେ ପୂର୍ବତନ ଛାତ୍ରଛାତ୍ରୀ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡ଼ା ଜିଲ୍ଲାର ତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟର ୧୯୭୯ ବ୍ୟାଚର ଛାତ୍ରଛାତ୍ରୀମାନେ ପରିବେଶ ସଚେତନତା କରିବା ପାଇଁ ଶପଥ ନେଇଛନ୍ତି । ପୂର୍ବତନ ଛାତ୍ରଛାତ୍ରୀଙ୍କ ଏକ ବୈଠକ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୂର୍ବତନ ଛାତ୍ରଛାତ୍ରୀମାନେ କହିଛନ୍ତି ଯେ ବର୍ତ୍ତମାନ ଯେଉଁ ମାତ୍ରାରେ ମଣିଷ ନିଜ ସ୍ୱାର୍ଥ ପାଇଁ ବୃକ୍ଷ ଛେଦନ କରି ଶିଳ୍ପ କାରଖାନା ଓ ଗୃହ ନିର୍ମାଣ କରାଯାଉଛି ତାହାର କରାଳ ପରିଣତି ସ୍ୱରୂପ ଜଳବାୟୁର ପରିବର୍ତ୍ତନ ହେଉଛି । ଏହାର ପ୍ରଭାବ ସମଗ୍ର ବିଶ୍ୱରେ ପଡୁଛି । ତେଣୁ ମଣିଷ ସମାଜ ଏବେଠାରୁ ସତର୍କ ରହି ନିଜ ପରିବେଶରେ କିପରି ଅଧିକରୁ ଅଧିକ ବୃକ୍ଷରୋପଣ କରାଯାଇ ପାରିବ ସେ କଥା ଚିନ୍ତା କରିବା ଉଚିତ । ଏହି ଅବସରରେ ପୂର୍ବତନ ଛାତ୍ରଛାତ୍ରୀମାନେ ପରିବେଶ ସୁରକ୍ଷା କରିବାକୁ ଶପଥ ନେଇଥିଲେ । ପ୍ରଥମେ ନିଜ ବାଡିରେ ଚାରା ରୋପଣ କରିବେ । ଏହାପରେ ନିଜେ ରହୁଥିବା ସ୍ଥାନର ଆଖାପାଖ ଅଞ୍ଚଳରେ ଥିବା ଖାଲି ସ୍ଥାନରେ ଚାରା ରୋପଣ କରିବେ । ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷକ ବୈଷ୍ଣବ ଚରଣ ପରିଡ଼ା, ଶିକ୍ଷକ ତ୍ରିଲୋଚନ ଦ୍ୱିବେଦୀ, ଶିକ୍ଷକ ଗୁଣନିଧି ପ୍ରଧାନ, ମଥୁରାନନ୍ଦ ମହାପାତ୍ର, ପରୀକ୍ଷିତ ସାହୁ, ଦୁର୍ଯ୍ୟାଧନ କରଶର୍ମା, ପ୍ରଫୁଲ୍ଲ କୁମାର ମହାନ୍ତି ପ୍ରମୁଖ ଶିକ୍ଷକ ଓ କର୍ମଚାରୀ ପ୍ରାଣକୃଷ୍ଣ ମହାନ୍ତି, ଗୋଲଖ ବିହାରୀ ଜେନା, ରଘୁନାଥ ସାହୁ, ବିପିନ ମଲ୍ଲିକ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପୁରାତନ ଛାତ୍ର ପ୍ରଶାନ୍ତ କୁମାର ସେଠୀ, ବିଭୂତି ଦାସ, ବିରେନ ମୋହନ ସାହୁ, ସରୋଜ ମହାନ୍ତି, ପ୍ରଧ୍ୟାପକ ଡଃ. ଧରଣୀଧର ପଣ୍ଡା, ଧୀରେନ କୁମାର ଦ୍ୱିବେଦୀ, ଅଶ୍ୱିନୀ କୁମାର ଜେନା ଓ ପ୍ରମୋଦ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ପରିବେଶ ସୁରକ୍ଷା କରିବା ପାଇଁ ଶପଥ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ