ପରିବେଶ ହେଲେ ସ୍ୱଚ୍ଛଳ ମିଳିବ ଜଳ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପରିବେଶ ପ୍ରଦୂଷଣ ଯୋଗୁ ପାଣି, ପବନ ଓ ମୃତ୍ତିକା ମଧ୍ୟ ପ୍ରଦୂଷିତ ହୋଇଛି । ଅନିୟମିତତା ବର୍ଷା ଯୋଗୁ ଜଳ ସଙ୍କଟ ଦେଖା ଦେଇଥିବା ବେଳେ ଭୂତଳ ଜଳ ମଧ୍ୟ ପ୍ରଦୂଷିତ ହେଉଛି । ସ୍ୱଚ୍ଛ ଜଳ ପାଇବା ପାଇଁ ହେଲେ ସ୍ୱଚ୍ଛ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟରେ ଜୟ କିରଣ ଟ୍ରଷ୍ଟ ଏବଂ ଏସ୍‌ଜେ ଇନଭରମେଣ୍ଟାଲ ସଲ୍ୟୁସନ ଦ୍ୱାରା ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତ୍ରାଙ୍କନ ପ୍ରତିଯୋଗିତା ଓ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ପ୍ରଦୂଷଣ ସ୍ରୋତ ଏବଂ ପରିବେଶ ଉପରେ ପ୍ରଭାବ ସଚେତନତା ଉଦ୍ଦେଶ୍ୟରେ ବିଜ୍ଞାପନ ପ୍ରଦର୍ଶନୀର ବିଷୟବସ୍ତୁ ‘ବ୍ୟବହାରରୁ ଧନର ସୃଷ୍ଟି’ । ନିର ଉତ୍ସବ ନାମରେ ଏହି କାର୍ଯ୍ୟକ୍ରମ ଏମ୍‌ବିଏସ୍ ପ୍ଲବିକ ସ୍କୁଲ ପରିସରରେ ଆୟୋଜିତ ହୋଇଥିଲା । ରାଜଧାନୀ ୨୫ଟି ସ୍କୁଲର ୪୦୦ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମର ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କୃତ ହୋଇଛନ୍ତି । ଚତୁର୍ଥରୁ ସପ୍ତମ ଏବଂ ଅଷ୍ଟମରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ ।ଜୟକିରଣ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ସୁମିତ୍ରା ଜେନାଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିଥି ଭାବେ ମହୋବୋଧି ସୋସାଇଟିର ସେକ୍ରେଟାରୀ ସୌରେନ୍ଦ୍ର ମହାପାତ୍ର, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଗାନ୍ଧିବାସୀ ପ୍ରହ୍ଲାଦ ସିହ୍ନା ଓ ମହିଳା କମିଶନର ଅଧ୍ୟକ୍ଷା ମିନତୀ ବେହେରା ଯୋଗ ଦେଇଥିବା ବେଳେ ବି.କେ ଆର୍ଟ କଲେଜର ମମତା ସାମନ୍ତରାୟ, ଜନାର୍ଦ୍ଦନ ପରମଗୁରୁ, ପ୍ରଦୀପ ପାଣ୍ଡେ, ରାଜକିଶୋର ମହାରଣା ବିଚାରକ ଭାବେ ଯୋଗ ଦେଇଥିଲେ । ଜୁରି ଭାବେ ସୁଜାତା ମହାପାତ୍ର, ଜାହ୍ନବୀ ବେହେରା, ପୂଜା ଜେନା, ନୂତନ ଚାନ୍ଦ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ