ପରିମଳ ଓ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ

ଯୋଡା, (ସମୀର କୁମାର ଦାସ): କେନ୍ଦୁଝର ଜିଲ୍ଲା ଯୋଡା ପୌରପାଳିକା ପକ୍ଷରୁ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୧ ନିମନ୍ତେ ପରିମଳ ଓ ବର୍ଜ୍ୟବସ୍ତୁ ପରିଚାଳନା ସକାଶେ ଯୋଡା କଲ୍ୟାଣ ମଣ୍ଡପଠାରେ ଏକ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିଠ ହୋଇଯାଇଛି । ଏଥିରେ ପୌରପାଳିକାର ସଫେଇ କର୍ମଚାରୀ, ସ୍ୱଚ୍ଛସାଥୀ ଓ ସୁପରଭାଇଜରମାନେ ଘରକୁଘର ଯାଇ ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁ ସଂଗ୍ରହ, ପୃଥକୀକରଣ ଏବଂ ନିର୍ଦ୍ଧାରିତ କମ୍ପଷ୍ଟ ସେନ୍‌ଟରରେ ପହଁଚାଇବା ନିମନ୍ତେ ଯୋଡା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଡା ପୌରପାଳିକାର ବିଭିନ୍ନ ସଫେଇ କର୍ମଚାରୀ ଅଂଶଗ୍ରହଣ କରିବା ସହିତ ନିଜ ନିଜର ଅନୁଭବ ପ୍ରକାଶ କରିଥିଲେ । ସର୍ବପରି ସ୍ୱଚ୍ଛ ସର୍ବେକ୍ଷଣ ୨୦୨୦-୨୧ରେ ଏହି କାର୍ଯ୍ୟକ୍ରମ ଏକ ବିଶେଷ ପ୍ରସଙ୍ଗ ହୋଇଥିବାରୁ ସରକାରଙ୍କ ପୌରଉନ୍ନୟନ ବିଭାଗ ଓଡିଶାଙ୍କ ତରଫରୁ ନିର୍ଦ୍ଦେଶନାମା ଓ ଭାରତ ସରକାରଙ୍କ ଦ୍ୱାରା ନିର୍ଦ୍ଦାରିତ ମାନଦନ୍‌ଡକୁ ଆଖି ଆଗରେ ରଖି ଏହି କାର୍ଯ୍ୟକ୍ରମ ଚଳିତ ନଭେମ୍ବର ମାସଠାରୁ ଆରମ୍ଭ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପୌର ସ୍ୱାସ୍ଥ୍ୟ ଅଧିକାରୀ ରାଜେନ୍ଦ୍ର କୁମାର ମିଶ୍ର, ସହକାରୀ ଯନ୍ତ୍ରୀ ଭକ୍ତବନ୍ଧୁ ମହାନ୍ତ, ସ୍ୱାସ୍ଥ୍ୟକର୍ମୀ ମୋହନ ଚରଣ ବାରିକ, କନିଷ୍ଠ ସ୍ୱସ୍ଥ୍ୟ ଅଧିକାରୀ ସମେନ୍ଦ୍ର ସେଠୀ ଏବଂ ଗୋଷ୍ଠୀ ସଂଯଜିକା ତ୍ରିବେଣୀ ସାହୁ ଓ ସୁପ୍ରଭା ପାଣିଗ୍ରାହୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଏହି ପ୍ରଶିକ୍ଷଣରେ ସଫେଇ କର୍ମଚାରୀ, ସ୍ୱଚ୍ଛ ସୁପରଭାଇଜର ଓ ସ୍ୱଚ୍ଛସାଥୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଆଗକୁ ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମ ଜାରି ରହିବ ବୋଲି ନିର୍ବାହୀ ଅଧିକାରୀ ଶ୍ରୀ ପାଟ୍ଟଯୋଶୀ ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ