ପରିମଳ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ !
.ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ): ପାଖେଇ ଆସୁଛି ଦୁର୍ଗା ପୂଜା । ମା ଙ୍କୁ ଆବାହନ କରିବା ପାଇଁ ଗାଁଠୁ ସହର ସବୁଆଡେ ଚାଲିଛି ପ୍ରସ୍ତୁତି । ସେହିକ୍ରମରେ ଆସନ୍ତା ୮ତାରିଖ ଦିନ ବିଜୟାଦଶମୀ ତଥା ଦୁର୍ଗା ପୂଜା ପରିପ୍ରେକ୍ଷୀରେ ଦକ୍ଷିଣ ଓଡିଶାର ପ୍ରାଣ କେନ୍ଦ୍ର କୁହାଯାଉଥିବା ବ୍ରହ୍ମପୁର ସହରର ପ୍ରାୟ ଲକ୍ଷ ଲକ୍ଷ ଲୋକଙ୍କର ସମାବେଶ ହେବାର ଆଶା କରାଯିବା ସ୍ୱାଭାବିକ । ପ୍ରତ୍ୟେକ ସାହିରେ ମାଙ୍କ ପୂଜା ନିମନ୍ତେ ବିଭିନ୍ନ ଆୟୋଜନମାନ ଚାଲିଥିଲେ ମଧ୍ୟ ମହାନଗର ନିିଗମ କର୍ତ୍ତୁପକ୍ଷ ଓ ସରକାର ଏଥିପ୍ରତି ସଂପୁର୍ଣ୍ଣ ଉଦାସୀନତା ରହିବା ପରି ମନେହେଉଛି । ସହର ସାରା ଖାଲଖମାରେ ପରିପୁର୍ଣ୍ଣ ହେବାସହ ରାସ୍ତାର ଉଭୟ ପାଶ୍ୱର୍ରେ ପାଇପ ପୋତିବା ନାମରେ ଗଦା ଗଦା ମାଟି ଜମି ରାସ୍ତାକୁ ସଂପୁର୍ଣ୍ଣ କବଳିତ କରିଛି । ଯାହାଦ୍ୱାରା ଚାରି ଚକିଆ ଗାଡି ତ ଦୂରର କଥା ଅଳିଆ ଗାଡି ମଧ୍ୟ ଯାଇପାରୁନାହିଁ । ଏଭଳି ପରିସ୍ଥିତିରେ ସହରର କିଭଳି ଶାନ୍ତି ଶୃଙ୍ଖଳାର ସହ ପୂଜା କରାଯିବ ସେନେଇ ପ୍ରଶାସନ ଓ ସରକାରଙ୍କର କୌଣସି ଉଦ୍ୟମ କରୁନଥିବା ପରିତାପର ବିଷୟ ସମହାନଗର ନିଗମର ବିଭିନ୍ନ ସମସ୍ୟାର ଦୂରୀକରଣ କରିବା ସହ ପୂଜା ସମୟରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ଶ୍ରୀ ପିତବାସ ପଣ୍ଡା ଓ ନଗର ସଭାପତି ଶ୍ରୀ ପ୍ରମୋଦ କୁମାର ଜେନା ଏକ ପ୍ରେସ ବଜ୍ଞପ୍ତି ପ୍ରକାଶ କରିଛନ୍ତି ।