ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ଦାବି

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ଏନଏସି ଅନ୍ତର୍ଗତ ୧୦ ନଂ ୱାର୍ଡର ଶଙ୍କରମଠ ସାହି ସଂଲଗ୍ନ ପାଣି କଲୋନିର ବିପର୍ଯ୍ୟୟ ପରିମଳ ସୁଧାର ଆଣିବା ଲାଗି ୧୦ ନଂ ୱାର୍ଡ କାଉନସିଲର ଦେବାଶିଷ ମିଶ୍ରଙ୍କ ନେତୃତ୍ୱରେ ବହୁ ସାହି ବାସିନ୍ଦା ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଉମା ଶଙ୍କର ନାୟକଙ୍କୁ ଭେଟି ଏକ ଲିଖିତ ଦାବି ପତ୍ର ପ୍ରଦାନ କରିଛନ୍ତି । ଉକ୍ତ ସାହିରେ ଜଣେ ବ୍ୟକ୍ତି ନିଜର ପରିତ୍ୟକ୍ତ ଘରେ ୩୦ ରୁ ଉର୍ଦ୍ଧ୍ୱ ବିଲେଇକୁ ରଖିଛନ୍ତି । ସେମାନଙ୍କ ଉପଯୁକ୍ତ ଯତ୍ନ ନ ନେବା ଫଳରେ ସେମାନଙ୍କ ମଳମୁତ୍ର ଇତ୍ୟାଦି ଗନ୍ଧରେ ସାହି ବାସିନ୍ଦା ଅତିଷ୍ଠ ହୋଇ ପଡିଲେଣି । ସାହିକୁ ଆସୁଥିବା ଲୋକେ ମଧ୍ୟ ଏଥିରେ ଅତିଷ୍ଠ ହୋଇ ସାହିକୁ ଆସିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି । ଏପରିକି, ପରିବା ବିକାଳି ମାନେ ମଧ୍ୟ ସାହିକୁ ପରିବା ବିକ୍ରି କରିବା ପାଇଁ ଅନିଚ୍ଛା ପ୍ରକାଶ କରୁଥିବାରୁ ସାହି ବାସିନ୍ଦା ମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହା ସହ ଆଗକୁ ସାହିରେ ଦୁଇ ଦୁଇଟି ବିବାହ କାର୍ଯ୍ୟ ରହିଥିବାରୁ ସେମାନଙ୍କ ଘରକୁ ସମ୍ପର୍କୀୟ ମାନେ ଆସିବାରେ ବାଧା ସୃଷ୍ଟି ହେବାର ଆଶଙ୍କା ରହିଥିବାରୁ ବାଧ୍ୟ ହୋଇ ସେମାନେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଏନେଇ ସେମାନେ ଘର ମାଲିକଙ୍କୁ ପୂର୍ବରୁ ଅନୁରୋଧ କରିଥିଲେ ମଧ୍ୟ ସେମାନେ କୌଣସି ପଦକ୍ଷେପନ ନେବାରୁ ସେମାନେ ଆଜି ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଜଣାଇଛନ୍ତି । ସେମାନଙ୍କ ଦାବି ପୂରଣ ନ ହେଲେ ସେମାନେ ବାଧ୍ୟ ହୋଇ ଛତ୍ରପୁର ଏନଏସି କାର୍ଯ୍ୟାଳୟ ଆଗରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି । ଏହି ଦାବି ପତ୍ର ପ୍ରଦାନ ବେଳେ ଛତ୍ରପୁର ଏନଏସିର ପୂର୍ବତନ ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ରଞ୍ଜିତା ପାଣି, ଲକ୍ଷ୍ମୀ ସାହୁ, ଅନିତା ପଣ୍ଡା, କିଶୋର ପଟ୍ଟନାୟକ, ରଞ୍ଜିତ ପାଣିଗ୍ରାହ. ଝୁନୁ ପଣ୍ଡା, ଦେବରାଜ ସାହି, ଅଲେଖ କୁମାର ସାହୁଙ୍କ ସମେତ ବହୁ ସାହି ବାସିନ୍ଦା ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ