ପରିମଳ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇଛନ୍ତି ଜିଲ୍ଲାପାଳ

ଗଂଜାମ,(ଦୁର୍ଗା  ମାଧବ ପାଣିଗ୍ରାହି): ଗଂଜାମ ଜିଲ୍ଲାର ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଦାଇତ୍ୱ ଗ୍ରହଣ କରିବା ପରେ ବେଶ ଚର୍ଚ୍ଚାରେ ରହିଛନ୍ତି । କେତେ ବେଳେ ଧାନ ବିଲ କିଆରିକୁ ଖସି ଚର୍ଚ୍ଚାର ପରଧିକୁ ଆସିଛନ୍ତି ତ ଆଉ କେତେବେଳେ ଦେବଦୁତ୍ତ ସାଜି ସଂଗେ ସଂଗେ ଦୂର୍ଘଟଣା ସ୍ଥଳରେ ପହଞ୍ଚି ଆହାତ ମାନଙ୍କୁ ରେସ୍କ୍ୟୁ ଅପରେସନ କିଭଳି ଭାବରେ କରି ଆହାତ ମାନଙ୍କୁ ଯୁଦ୍ଧ କାଳିନ ଭିତିରେ ଚିକିତ୍ସା କରାଯାଇପାରିବ  ସେ ଉପରେ ଗୁରୁତ୍ୱ ଦେଇଛନ୍ତି ।ଏହି ମହନୀୟତା ପାଇଁ ଗଂଜାମ ଜିଲ୍ଲାପାଳଙ୍କ ମୁଖର ଛବି ଲୋକମାନଙ୍କ  ମନରେ ରହିଯାଇଥିବା ବେଳେ ଗତ କିଛି ମାସ  ଧରି ସହର ସମେତ ଗଂଜାମ ଜିଲ୍ଲାକୁ ସ୍ୱଚ୍ଛତା ସହ  ପରିମଳ ବ୍ୟବସ୍ଥା ସୁଦ୍ଧାରିବା ନିମନ୍ତେ ଅଣ୍ଟା ଭିଡିଛନ୍ତି ଜିଲ୍ଲାପାଳ । ଅଳିଆ ଆବର୍ଜନା ବାହାରେ କୁଢ କୁଢ ନପକାଇବା ସହ ପରିମଳକୁ ସ୍ୱଚ୍ଛ ସୁନ୍ଦର କରି ଗଢି ତୋଳିବା ମନରେ ଆଶା ବାନ୍ଧିଛନ୍ତି । ପ୍ରତିଦିନ ସାହି ସାହି, ଅଂଚଳ ବୁଲି ଗାଡି ପୋଚ ସଢା ପାଣି ଖାଦ୍ୟ , ଆଦି ଅଳିଆ ଆବର୍ଜନ ଜବତ କରିଥିବା ବେଳେ ତଥାପି କିଛି ୍‌ସୁଦ୍ଧୁରିନାହାନ୍ତି । ତେଣୁ ଜିଲ୍ଲାପାଳ ହୃଦୟଙ୍ଗମ କରି କେତେ ବେଳେ ସାଇକେଲ ରେ ବୁଲି ତ ଆଉ  କେତେବେଳେ ନିଜର ମୋଟର ଗାଡିରେ ବାହାରି  ପରିମଳ ସ୍ୱଚ୍ଛତାର ତଦାରଖ କରିଛନ୍ତି । ବିଭିନ୍ନ ସମୟରେ ବ୍ରହ୍ମପୁର ସହରକୁ ରାତ୍ରି କାଳିନ ଆସି ଦୋକାନୀ ମାନଙ୍କ ସମ୍ମୁଖରେ କୁଢ କୁଢ ଅଳିଆ ଦେଖି ବିରକ୍ତି ପ୍ରକାଶ କରିବା ସହ ସେମାନଙ୍କ ଠାରୁ ମୋଟା ଅଙ୍କର ଜୋରିମାନା ପକାଇବା ସହ ବିରକ୍ତି ପ୍ରକାଶ କରିଥିଲେ । ଏଥିସହ ଗତକାଲି ରାତ୍ରରେ ମଧ୍ୟ ଗଂଜାମ  ଏନ୍ ଏସିରେ ପହଞ୍ଚି ବିଭିନ୍ନ ଦୋକାନରେ ପଶି ଅଳିଆ ଆବର୍ଜନା କୁ  କିଭଳି ଭାବରେ ସଂଗ୍ରହ କରି ରଖୁଛନ୍ତି ନା ବାହାରେ ରାସ୍ତା କଡକୁ ଫୋପାଡି ଦେଉଛନ୍ତି ତାହା ବିଷୟରେ ପରଖିବା ସହ ଦୋକାନ ଗୁଡିକରେ ପଲିଥିନର ବ୍ୟବହାର କରାଯାଉଛି ନା ନାହିଁ ତାହାର ମଧ୍ୟ  ବିଭିନ୍ନ ଦୋକାନ ବୁଲି ସ୍ୱଚ୍ଛତା ପରଖିଛନ୍ତି । ଏଥିସହ କିଛି ଦୋକାନ  ସମ୍ମୁଖରେ  ଅଳିଆ ଆବର୍ଜନା ଦେଖି ଦୋକାନୀ ମାନଙ୍କୁ ବାହାରେ ନପକାଇବା ପାଇଁ ଚାଗିତ କରିଥିଲେ । ଜିଲ୍ଲାପାଳଙ୍କ ସାଥିରେ  କାର୍ଯ୍ୟନିର୍ବାହି ଅଧିକାରୀ ପ୍ରଭୁ କଲ୍ୟାଣ ଦାସ, ତହସିଲଦାର ଅବନୀ କୁମାର ସାହୁଙ୍କ ସମେତ ତହସିଲଦାର ଅବନୀ କୁମାର ସାହୁ ଓ  ଏନ୍ ଏସି କର୍ମଚାରୀ ମାନେ ଉପସ୍ଥି୍‌ତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ