ପରୀକୁ ନ୍ୟାୟ ଦାବିରେ ଅଖିଳ ଭାରତୀୟ ବିଦାର୍ଥୀ ପରିଷଦ ପକ୍ଷରୁ କୃଷିମନ୍ତ୍ରୀଙ୍କ କୁଶପୁତଳିକା ଦାହ
ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକ ଅନ୍ତର୍ଗତ ନାଉଗାଁ ବସଷ୍ଟାଣ୍ଡ ନିକଟରେ ମଙ୍ଗଳବାର ସଂଧ୍ୟା ସମୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ନୟାଗଡ ଜିଲ୍ଲାର ପରୀ ହତ୍ୟାକାଣ୍ଡର ସଠିକ ତଦନ୍ତ ଓ ନ୍ୟାୟ ଦାବିରେ କୃଷି ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ. ଅରୁଣ କୁମାର ସାହୁଙ୍କ କୁଶପୁତଳିକା ଦାହ କରାଯାଇଛି । ପରିଷଦ ପକ୍ଷରୁ ଜିଲ୍ଲା ସଂଯୋଜକ ବିଶ୍ୱଜିତ ପାତ୍ର, ଯୁଗ୍ମ ସଂଯୋଜକ ଅବିନାଶ ବିଶ୍ୱାଳ, ନଗର ସଂଯୋଜକ ଚିଂଟୁ ସ୍ୱାଇଁ, ସଦସ୍ୟ ସିଦ୍ଧାର୍ଥ ସ୍ୱାଇଁ, ବିଶାଳ ରାୟ, ଜ୍ଞାନରଂଜନ ପରିଡା, ବିକାଶ ଚନ୍ଦ୍ର ପରିଡା, ଅନିଲ ସିଆର ପ୍ରମୁଖ ସାମିଲ ଥିଲେ ।