ପରୀକ୍ଷଣ ପାଇଁ ଜାଇଡସ କାଡିଲାକୁ ଅନୁମତି

ନୂଆଦିଲ୍ଲୀ: ଭାରତ ବାୟୋଟେକର କୋଭାକ୍ସିନ ପରେ ଅହମ୍ମଦାବାଦ ଭିତ୍ତିକ କମ୍ପାନୀ ଜାଇଡସ କାଡିଲା ହେଲଥକେୟାର ପ୍ରାଇଭେଟ ଲିମିଟେଡ ପକ୍ଷରୁ କୋଭିଡ-୧୯ ମୁକାବିଲା ପାଇଁ ବିକାଶ କରାଯାଇଥିବା ଏକ ଟିକାକୁ ମଣିଷ ଶରୀରରେ ନୈଦାନିକ ପରୀକ୍ଷଣ ପାଇଁ ଅନୁମତି ମିଳିଯାଇଛି । ଡ୍ରଗସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ) ଗୁରୁବାର ଏଥିପାଇଁ ଅନୁମତି ପ୍ରଦାନ କରିଛି ବୋଲି ସରକାରୀ ସୂତ୍ରରୁ ଜଣାଯାଇଛି । କୋଭିଡ ମହାମାରୀ ବେଳେ ଟିକାର ଅଭାବ ସହିତ ବିଶେଷଜ୍ଞ କମିଟିର ସୁପାରିସ ପରେ ମଞ୍ଜୁରି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଥିଲା । ଜାଇଡସ କାଡିଲା ପକ୍ଷରୁ ବିକଶିତ ଟିକା ପ୍ରାଣୀମାନଙ୍କ ଠାରେ ପ୍ରୟୋଗ କରାଯାଇଥିଲା । ତାହା ସଫଳ ହୋଇଛି । ପ୍ରାଣୀମାନଙ୍କ ଠାରେ ପ୍ରୟୋଗ ସମ୍ପର୍କିତ ତଥ୍ୟ କମ୍ପାନୀ ଡିସିଜିଆଇ ନିକଟରେ ଦାଖଲ କରିଥିଲା । ଏହା ପରେ ଏବେ ମଣିଷ ଦେହରେ ଉକ୍ତ ଟିକାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ପାଇଁ ଅନୁମତି ପ୍ରଦାନ କରାଯାଇଛି ବୋଲି ଡିସିଜିଆଇ ମୁଖ୍ୟ ଡାକ୍ତର ଭି.ଜି ସୋମାନି କହିଛନ୍ତି । ଉକ୍ତ ଟିକାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ପ୍ରାୟ ୩ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବ ବୋଲି ଏକ ସୂତ୍ରରୁ ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ