ପରୀକ୍ଷାରେ ସବୁ ବିଷୟରେ ଫେଲ୍, ଉଡ଼ାଇଲେ ବିମାନ !
ଦଶମ ପରୀକ୍ଷାରେ ସବୁ ବିଷୟରେ ଫେଲ୍ ହୋଇଥିଲେ । ଗୁଜୁରାଟ ଭଦୋଦରାର ପ୍ରିନ୍ସ ପାଞ୍ଚଲ । ଯେଉଁଥିପାଇଁ ପଡ଼ିଶା ଲୋକ ତାଙ୍କୁ ବିଭିନ୍ନ ଟାହିଟାପରା କରୁଥିଲେ । କିନ୍ତୁ ପ୍ରିନ୍ସ ଏବେ ଏଭଳି କିଛି କାମ କରିଛନ୍ତି ଯାହାକୁ ନେଇ ଏବେ ସମସ୍ତେ ତାଙ୍କର ଭୁରି ଭୁରି ପ୍ରଶଂସା କରୁଛନ୍ତି । ୧୭ ବର୍ଷୀୟ ପ୍ରିନ୍ସ ଏବେ ରିମୋଟ କଣ୍ଟ୍ରୋଲ ଦ୍ୱାରା ପରିଚାଳିତ ୩୫ଟି ଛୋଟ ଛୋଟ ବିମାନ ଗଢ଼ିଛନ୍ତି । ଏହି ସବୁ ବିମାନ ହାଲୁକା ହୋଇଥିବାବେଳେ ସମ୍ପୂର୍ଣ୍ଣ ସ୍ୱଦେଶୀ ଉପକରଣ ବ୍ୟବହାର କରିଛନ୍ତି । ଏସବୁ ବିମାନ ନିର୍ମାଣ କରି ପ୍ରିନ୍ସ ପ୍ରମାଣ କରିଦେଇଛନ୍ତି ଯେ କେବଳ ପାଠବହି ଜଣକୁ ସଫଳତା ଦେଇନଥାଏ । ପ୍ରିନ୍ସ ଏସବୁ ବିମାନ ଫ୍ଲେକ୍ସ ଓ ବିଭିନ୍ନ ହୋର୍ଡ଼ିଂରୁ ନିର୍ମାଣ କରିଛନ୍ତି । ପ୍ରିନ୍ସ କହିଛନ୍ତି ଯେ ଏହି ବିମାନ ନିର୍ମାଣର ପ୍ରେରଣା ନିଜ ଦାଦାଙ୍କ ପାଖରୁ ମିଳିଛି । ଦଶମ ପରୀକ୍ଷାରେ ସେ ଫେଲ ହୋଇଯିବା ପରେ ଘରେ ବସି ରହୁଥିଲେ । ଏହା ପରେ ଘର ବାହାରେ ଲାଗିଥିବା ହୋର୍ଡ଼ିଂଙ୍ଗରୁ ସେ ଏହି ବିମାନ ସବୁକୁ ନିର୍ମାଣ କରିଥିଲେ । ତାଙ୍କ ଦାଦା କେବଳ ପାଠ ବହିର ଜ୍ଞାନ ହିଁ ସବୁ କିଛି ନୁହେଁ ବୋଲି କହିଥିଲେ । ଏହାପରେ ପ୍ରିନ୍ସ ଇଣ୍ଟର୍ନେଟ୍ ସାହାଯ୍ୟରେ ବିମାନ ପ୍ରସ୍ତୁତ କରି ଏହାକୁ ନିଜ ୟୁଟ୍ୟୁବ ଚ୍ୟାନେଲରେ ଛାଡ଼ିଥିଲେ । ବିମାନଗୁଡିକ ରିମୋଟ କଣ୍ଟ୍ରୋଲ ମାଧ୍ୟମରେ ଉଡୁଥିବାବେଳେ ଏହାକୁ ଦେଖିବାକୁ ଏବେ ଲୋକଙ୍କ ଗହଳି ଦେଖିବାକୁ ମିଳୁଛି ।