ପରୀକ୍ଷା ପରେ ଛାତ୍ର ଛାତ୍ର ମଧ୍ୟରେ ଖଣ୍ଡ ଯୁଦ୍ଧ ତିନିଜଣ ଆହତ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ସାନଖେମୁଣ୍ଡି ବ୍ଲକ୍ ପାଟପୁର ଉଚ୍ଚ ବିଦ୍ୟାଳୟ ରେ ସମ୍ମୁଖରେ ଶନିବାର ଦୁଇଟି ବିଦ୍ୟାଳୟ ର ଛାତ୍ର ମାନଙ୍କ ମଧ୍ୟରେ ମାରିପିଟ ହୋଇଥିବା ଜଣାପଡିଛି l ସୂଚନା ପ୍ରକାରେ ମାଟ୍ରିକ ପ୍ରି ଟେଷ୍ଟ ପରୀକ୍ଷା ରେ ପାଟପୁର ଉଚ୍ଚ ବିଦ୍ୟାଳୟ ର କିଛି ଛାତ୍ର ଓ ରାମଚନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟ ର ଛାତ୍ର ଡେଙ୍ଗାଡ଼ି ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ଦେଇ ଫେରିବା ସମୟରେ ଉଭୟ ବିଦ୍ୟାଳୟର ଛାତ୍ର ମଧ୍ୟରେ ଝଗଡ଼ା ହୋଇଥିଲା l ପୁଣି ଶୁକ୍ରବାର ସେହି ଛାତ୍ର ମାନଙ୍କ ମଧ୍ୟରେ ପାଟପୁର ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଝଗଡ଼ା ହୋଇଥିଲା l ଶନିବାର ମାଟ୍ରିକ ପରୀକ୍ଷା ସରିବା ପରେ ପାଟପୁର ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ସେହି ଛାତ୍ର ଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ଯାହାକି ଉଗ୍ର ରୂପ ଧାରଣ କରିଥିଲା l ରାମଚନ୍ଦ୍ରପୁର ବିଦ୍ୟାଳୟ ର ଛାତ୍ର, ତାଙ୍କର ଭାଇ ଓ ଭାଇଙ୍କ ସହଯୋଗୀ ଓ ପାଟପୁର ଉଚ୍ଚ ବିଦ୍ୟାଳୟ ର ଛାତ୍ର ମାନଙ୍କ ମଧ୍ୟରେ ଲୁହା ରଡ ଓ ପଥର ରେ ଆକ୍ରମଣ କରିଥିଲେ l ଏହି ଆକ୍ରମଣ ରେ ଜଣେ ଛାତ୍ର ଓ ଛାତ୍ର ଙ୍କ ଭାଇ ଓ ସହଯୋଗୀ ଆହତ ହୋଇଥିଲେ l ପରେ ସମସ୍ତେ ପ୍ରାଥମିକ ଚିକିତ୍ସା ପାଇଁ ଆଡପଡ଼ା ଓ ପାଟପୁର ଡାକ୍ତରଖାନା ରେ ଚିକିତ୍ସା ହୋଇଥିବା ଜଣାପଡ଼ିଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ