ପରୋପକାରୀ ମହିଳା ବାସନ୍ତିଙ୍କ ହୃଦ୍‍ଘାତରେ ଦେହାନ୍ତ

ଆସିକା, (ୱାଇଏନ୍‍ଏସ୍‍):ଶେରଗଡ ବ୍ଳକ ଅଧିନସ୍ଥ ବରିକୋଟ ଗ୍ରାମର ପରୋପକାରୀ ମହିଳା ରୂପେ ପରିଚିତା ଥିବା ବାସନ୍ତୀ ସେଠୀ (ବୟସ ପ୍ରାୟ ୬୨ ବର୍ଷ)ଙ୍କର ହୃଦ୍‍ଘାତରେ ନିଜ ବାସଭବନରେ ଦେହାନ୍ତ ହୋଇଯାଇଛି । ଶେରଗଡ ବ୍ଳକ ଅଧୀନସ୍ଥ ବରିକୋଟ ଅଞ୍ଚଳର ଜଣାଶୁଣା ପରୋପକାରୀ, ମିଷ୍ଟଭାଷୀ, ମେଳାପୀ, ଆଧ୍ୟାତ୍ମିକପ୍ରେମୀ ମହିଳା ବାସନ୍ତି ସେଠୀଙ୍କ ଅକାଳ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଥିବା ବେଳେ ଆସିକା ବ୍ଳକ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଉପସଭାପତି ଶିବଶଙ୍କର ଜେନା, କାର୍ଯ୍ୟକାରୀ ସଭାପତି ସରୋଜ କୁମାର ପ୍ରଧାନ, ଯୁଗ୍ମ ସଂପାଦକ ରାଜକୁମାର ସ୍ୱାଇଁ, କୋଷାଧ୍ୟକ୍ଷ ସୁନିଲ୍‍ କୁମାର ମିଶ୍ର, ଉପଦେଷ୍ଟା ରାମନାଥ ପଟ୍ଟନାୟକ, ମିହିରକାନ୍ତ ମହାପାତ୍ର, ଜୟରାମ ନାୟକ, ବଂଶୀଧର ବେହେରା, ସକ୍ରିୟ ସଦସ୍ୟ ସତ୍ୟନାରାୟଣ ସେଠୀ, ଗଣପତି ସେଠୀ, ସିମାଂଚଳ ସେଠୀ, ନିରଂଜନ ପାତ୍ର, ପଦ୍ମଚରଣ ସେଠୀ, ଧୋବା ବେହେରା, ସୁମନ ବାଡତ୍ୟା, ପ୍ରଶାନ୍ତ ବେହେରା, ନାରାୟଣ ସାହୁ, ରାଧାମୋହନ ଡାକୁଆ, ହରିବନ୍ଧୁ ବେହେରା, ରଂଜିତା ପାତ୍ର, ଶିଶିର କାନ୍ତ ବେହେରା, ବଂଶୀଧର ପରିଡା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିବା ଜଣାପଡିଛି । ଏକ ଶୋକାକୁଳ ପରିବେଶ ମଧ୍ୟରେ ଆଧ୍ୟାତ୍ମିକପ୍ରେମୀ ତଥା ପରୋପକାରୀ ମହିଳା ବାସନ୍ତି ସେଠୀଙ୍କ ଅନ୍ତିମ ସଂସ୍କାର ବରିକୋଟ ଗ୍ରାମ ସ୍ଥିତ ଶ୍ମସାନରେ ସଂପନ୍ନ ହୋଇଥିବା ଜଣାପଡିଛି । ମୃତ୍ୟୁଶଯ୍ୟା ନିକଟରେ ଜୋଇଁ ତଥା ଆସିକା ବ୍ଳକ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଜିଲ୍ଲା ସଂଯୋଜକ ସନ୍ତୋଷ କୁମାର ବେହେରା, ଜୋଇଁ ଅଶୋକ ସେଠୀ ଓ ରାମକୃଷ୍ଣ ସେଠୀ, ପୁତ୍ର ତ୍ରିଲୋଚନ ସେଠୀ ଓ ପବିତ୍ର ମୋହନ ସେଠୀ, ପୁତ୍ରବଧୁ ଅନିତା ସେଠୀ ଓ ଶିବାନୀ ସେଠୀ, କନ୍ୟା ମଂଜୁଳା ସେଠୀ ଓ ସଂଜୁ ସେଠୀ ଏବଂ ମାମିନୀ ସେଠୀଙ୍କ ସମେତ ପରିବାରବର୍ଗ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ