ପରୋପକାରୀ ମହିଳା ସତ୍ୟଭାମାଙ୍କ ଦେହାନ୍ତ
ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ବ୍ଳକ ଅଧିନସ୍ଥ କଲେଜଛକ ମାଷ୍ଟରପଡା ଅଞ୍ଚଳର ପରୋପକାରୀ ମହିଳା ରୂପେ ପରିଚିତା ଥିବା ସତ୍ୟଭାମା ଦାଶ (ବୟସ ପ୍ରାୟ ୯୫ ବର୍ଷ)ଙ୍କର ବୟସାଧିକ କାରଣରୁ ନିଜ ବାସଭବନରେ ଦେହାନ୍ତ ହୋଇଯାଇଛି । ଆସିକା କଲେଜଛକ ଅଞ୍ଚଳର ଜଣାଶୁଣା ପରୋପକାରୀ, ମିଷ୍ଟଭାଷୀ, ମେଳାପୀ, ଆଧ୍ୟାତ୍ମିକପ୍ରେମୀ ମହିଳା ସତ୍ୟଭାମା ଦାଶଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଥିବା ବେଳେ ଆସିକା ବ୍ଳକ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଉପସଭାପତି ଶିବଶଙ୍କର ଜେନା, ସଂପାଦକ ସରୋଜ କୁମାର ନାୟକ, ଜିଲ୍ଲା ସଂଯୋଜକ ସନ୍ତୋଷ କୁମାର ବେହେରା, କାର୍ଯ୍ୟକାରୀ ସଭାପତି ସରୋଜ କୁମାର ପ୍ରଧାନ, ଯୁଗ୍ମ ସଂପାଦକ ରାଜକୁମାର ସ୍ୱାଇଁ, କୋଷାଧ୍ୟକ୍ଷ ସୁନିଲ୍ କୁମାର ମିଶ୍ର, ଉପଦେଷ୍ଟା ରାମନାଥ ପଟ୍ଟନାୟକ, ମିହିରକାନ୍ତ ମହାପାତ୍ର, ଜୟରାମ ନାୟକ, ବଂଶୀଧର ବେହେରା, ସକ୍ରିୟ ସଦସ୍ୟ ସତ୍ୟନାରାୟଣ ସେଠୀ, ଗଣପତି ସେଠୀ, ସିମାଂଚଳ ସେଠୀ, ନିରଂଜନ ପାତ୍ର, ପଦ୍ମଚରଣ ସେଠୀ, ଧୋବା ବେହେରା, ସୁମନ ବାଡତ୍ୟା, ପ୍ରଶାନ୍ତ ବେହେରା, ନାରାୟଣ ସାହୁ, ରାଧାମୋହନ ଡାକୁଆ, ହରିବନ୍ଧୁ ବେହେରା, ରଂଜିତା ପାତ୍ର, ଶିଶିର କାନ୍ତ ବେହେରା, ବଂଶୀଧର ପରିଡା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିବା ଜଣାପଡିଛି । ଏକ ଶୋକାକୁଳ ପରିବେଶ ମଧ୍ୟରେ ଆଧ୍ୟାତ୍ମିକପ୍ରେମୀ ତଥା ପରୋପକାରୀ ମହିଳା ସତ୍ୟଭାମା ଦାଶଙ୍କ ଅନ୍ତିମ ସଂସ୍କାର ହୁମୁକି ଗ୍ରାମ ସ୍ଥିତ ଶ୍ମସାନରେ ସଂପନ୍ନ ହୋଇଥିବା ଜଣାପଡିଛି । ମୃତ୍ୟୁଶଯ୍ୟା ନିକଟରେ ପୁତ୍ର ତଥା ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ (ଓଲଷ୍ଟା)ର ରାଜ୍ୟ କାର୍ଯ୍ୟକାରୀ ସଭାପତି ବିଚିତ୍ରବିହାରୀ ଦାଶ, ବିଜୟ ଚନ୍ଦ୍ର ଦାଶ, ବସନ୍ତ କୁମାର ଦାଶ, ବିପିନ୍ କୁମାର ଦାଶଙ୍କ ସମେତ ପରିବାରବର୍ଗ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।