ପର୍ବ ପୂର୍ବରୁ ପୋଲିସ ଭାଙ୍ଗିଦେଲା ନିୟମ ରାଜା ମନ୍ଦିର, ଡଙ୍ଗରିଆ ଙ୍କ ତୀବ୍ର ବିରୋଧ
ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):ଆଦି କାଳରୁ ଡଙ୍ଗରିଆ ଆଦିବାସୀ ପ୍ରକୃତିକ ପର୍ବ ନିୟମ ରାଜା ଧାର୍ନିପେନୁ (ଧରଣୀ ମା)ଓ ହରୁ ପେନୁ (ନିୟମଡଙ୍ଗର) ପୂଜା କରି ଆସିଛନ୍ତି । ନିଜ ଭୀଟା ମାଟିର ସୁରକ୍ଷା ତଥା ଜଳଜଙ୍ଗଲ ଜମିର ସୁରକ୍ଷା ପାଇଁ ପ୍ରତିବର୍ଷ ଫେବୃଆରୀ ଶେଷ ସପ୍ତାହ ରେ ପାଳନ କରିଆସୁଛନ୍ତି । ଚଳିତ ବର୍ଷ ମଧ୍ୟ ଆସନ୍ତା ୨୪,୨୫ ଓ ୨୬ ତାରିଖ ରେ ଏହି ପର୍ବ ପାଳନ ପାଇଁ କଳାହାଣ୍ଡି ରାୟଗଡ଼ା ସୀମାନ୍ତ ନିୟମ ଗିରି ଶିଖରରେ ନିୟମ ରାଜା ଧରଣୀ ପେନୁ ମନ୍ଦିର ନିର୍ମାଣ କରିଥିଲେ ଡ଼ଙ୍ଗରିଆ ଓ ଝରଣିଆ କନ୍ଧ କିନ୍ତୁ ଦୁର୍ଭାଗ୍ଯ ର ବିଷୟ ଯେ ବହୁରାଷ୍ଟ୍ରୀୟ କମ୍ପାନୀର ବୋଲୋକର ସାଜି ଗତକାଲି ଶନିବାର ଧଁରାଭଟ୍ଟା ରେ ପୂଜାପାଇଁ ନିର୍ମିତ ପୂଜାଗୁଡି କୁ ଦେଶ ଓ ଜନତାର ସୁରକ୍ଷାକାରୀ କୁହାଯାଉ ଥିବା ସୁରକ୍ଷା ବଳ ଯାଇ ଭାଙ୍ଗି ମାଟିରେ ମିଶାଇ ଦେଇ ଥିବା ଏକ ଅମାନୁଷିକ, ଅସାମ୍ବିଧାନିକ, ଅଗଣତାନ୍ତ୍ରିକ ଅତ୍ଯାଚାର କାର୍ଯ୍ଯ କଳାପ ଘୃଣ୍ଯ ଓ ନୀନ୍ଦନୀୟ ନିଶ୍ଚୟ । ଆଦିବାସୀଙ୍କ ଧାର୍ମିକ ଓ ସାମ୍ବିଧାନିକ ଅଧିକାର ଉପରେ କୋଠାର ଘାତ । ସାଧାରଣ ପ୍ରକୃତି ଧର୍ମି ଆଦିବାସୀଙ୍କ ସଂସ୍କୃତି କୁ ସଂହାର ଓ ଧାର୍ମିକ ଭାବନାକୁ ଉପେକ୍ଷା କରିବାର ଅଧିକାର ଦେଲା କିଏ ?ଦେଶ ଓ ଜନତା ହିତରେ ନିୟୋଜିତ ପୋଲିସ ଏବଂ ସୁରକ୍ଷା ବଳ ଯଦି କଂପାନୀ ମାନଙ୍କ ପୋଷା ମାନି ଏଭଳି ନୀନ୍ଦନୀୟ ନାରକୀୟ, ଦେଶଦ୍ରୋହ, ଜନବିରୋଧୀ କାର୍ଯ୍ଯ ରେ ଲିପ୍ତ ତେବେ ଆଇନ କ୍ଷମା କରିବ ନାହିଁ !! ନୈତିକ ଅଧିକାର ସକାଶେ ଗଢି ଉଠିଥିବା ଖଟିଖିଆ ବାସ୍ତବ ଧର୍ମିର ସାମ୍ବିଧାନିକ ତଥା ଗଣତାନ୍ତ୍ରିକ ବିଦ୍ରୋହ କୁ ଦବାଇ ନିଜ ସ୍ବାର୍ଥ ହାସଲ କରି ବାହାସ୍ପୋଟ ମାରିବା ବନ୍ଦ କରନ୍ତୁ।ପୋଲିସ ଦେଶ ର ଗୁଣ୍ଡା ନା ଆରକ୍ଷୀ ? ସରକାର ଦଲାଲ ନା ସେବକ? ସମ୍ବିଧାନ ର ନୀତି ଆଦର୍ଶ ତଥା ନିଜର ଦାୟୀତ୍ବ ଓ କର୍ତ୍ତବ୍ଯ କୁ ଭୁଲିଗଲେ ନିୟମ ଗିରି ସୁରକ୍ଷା ସମିତି ବରଦାସ୍ତ କରିବ ନାହିଁ ,ଦୁର୍ବାର ସାମ୍ବିଧାନିକ ଲଢେଇ କରି ଯବାବ ଦେବାକୁ ପଛାଇବ ନାହିଁ ବୋଲି ନିୟମ ଗିରି ସୁରକ୍ଷା ସମିତି ଚେତାବନୀ ଦେଇଛି । ନିୟମଗିରି ସୁରକ୍ଷା ସମିତିର ଲୋଡୋ ସିକୋକା, ଦଧି ପୁସିକା, ଡ୍ରେନଯୋ ପୁ ସିକା, ଲିଙ୍ଗରାଜ ଆଜାଦ, ସତ୍ୟ ମାହାର, ଉପେନ୍ଦ୍ର ବାଗ ଓ ନିୟମଗିରି ସୁରକ୍ଷା ସମିତି ସହ ଜଡ଼ିତ ବୁଦ୍ଧିଜୀବୀ, ଜନଆନ୍ଦୋଳନ କାରୀ, ସ୍ବେଚ୍ଛାସେବୀ ସଙ୍ଗଠନ ପୋଲିସ୍ ର ଅଭଳି କାମକୁ ନିନ୍ଦା କରିବା ସହ ଚଳିତ ବର୍ଷ ଅଧିକ ଧୁମଧାମରେ ନିୟମ ରାଜା ପର୍ବ ପାଳନ କରାଯିବା ସହ ସରକାର ଓ ବହୁରାଷ୍ଟ୍ରୀୟ କମ୍ପାନୀ ବିରୁଦ୍ଧରେ ଯୁଦ୍ଧନ ଦେହି ଡାକରା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ।


