ପର୍ଯ୍ୟଟକଙ୍କ ନିମନ୍ତେ ଖୋଲିଲା ତାମ୍ପରା ହ୍ରଦ

ଛତ୍ରପୁର ,(ପ୍ରଶାନ୍ତ ମହାରଣା): ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ଛତ୍ରପୁରଠାରୁ ଦୁଇ କିଲୋମିଟର ଦୂରରେ ଥିବା ତାମ୍ପରା ହ୍ରଦର ପାରିପାଶ୍ୱିର୍କ ବିକାଶ ସହ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଶେଷ ହୋଇଛି । ଆଜିଠାରୁ ପରୀକ୍ଷାମୂଳକ ଭାବେ ପର୍ଯ୍ୟଟକଙ୍କ ପାଇଁ ତାମ୍ପରା ପର୍ଯ୍ୟଟନ କେନ୍ଦ୍ର ଖୋଲାଯାଇଛି । ପ୍ରାକୃତିକ ସୌନ୍ଦର୍ଯ୍ୟଭରା ତଥା ବିସ୍ତିର୍ଣ୍ଣ ଜଳରାଶି ତାମ୍ପରା ହ୍ରଦ ଅଂଚଳରେ ୧ କି.ମି ଚଳାପଥ ଏବଂ ସ୍ମାର୍ଟ ପାର୍କ ନିର୍ମାଣ କରାଯାଇଛି । ମହିଳା ଓ ପୁରୁଷ ପର୍ଯ୍ୟଟକଙ୍କ ପାଇଁ ଶୌଚାଳୟ, ଫୁଡ୍ କୋର୍ଟ ବ୍ୟବସ୍ଥା ରହିଛି । ଏଥିସହ ପର୍ଯ୍ୟଟକଙ୍କ ଲାଗି ତାମ୍ପରା ହ୍ରଦର ବୋଟିଂ ବ୍ୟବସ୍ଥା ମଧ୍ୟ ରହିଛି । ଗଞ୍ଜାମ ଜିଲ୍ଲାପାଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ତାମ୍ପରା ଲେକ୍ ଭିୟୁ ଫ୍ରଣ୍ଟର ସୌନ୍ଦର୍ଯ୍ୟକରଣ ହାତକୁ ନିଆଯାଇଛି । ଆଜି ପରୀକ୍ଷାମୂଳକ ଭାବେ ଏହି ତାମ୍ପରା ହ୍ରଦ ଖୋଲାଯାଇଥିବାରୁ ଏହାକୁ ତଦାରଖ କରିବା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ବିଏମସି କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ବିଡିଏ ସେକ୍ରେଟାରୀ ସମ୍ବିତ ରାଉତ ବୁଲି ବିଭିନ୍ନ ସୌନ୍ଦର୍ଯ୍ୟକରଣର ଅନୁଧ୍ୟାନ କରିବା ସହ ଖୋଦ୍ ଗଞ୍ଜାମ ଜିଲ୍ଲାପାଳ ଏକ କ୍ୟାମେରାର ଫଟୋ ଉତୋଳନ କରୁଥିବାର ଦେଖିବାକୁ ମିଳିଥିଲା । ବହୁଦିନ ପରେ ଏହି ସୌନ୍ଦର୍ଯ୍ୟକରଣ କେନ୍ଦ୍ର ଖୋଲାଯାଇଥିବାରୁ ଛତ୍ରପୁର ଆଖପାଖ ଅଂଚଳର ପର୍ଯ୍ୟଟକମାନେ ଖୁସି ଜାହିର କରିବା ସହ ଏହାକୁ ଉପଭୋଗ କରିବା ନିମନ୍ତେ ଆଜି ଆସିଥିବାର ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ