ପର୍ଯ୍ୟଟକ ଙ୍କୁ ଅସାଧୁ ବ୍ୟକ୍ତି ମାନେ ବେପାର କରୁଛନ୍ତି ପୋକା କାଜୁ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ବିଶ୍ୱ ଐତିହ୍ୟ ପର୍ଯ୍ୟଟନ ସ୍ଥଳୀ କୋଣାର୍କକୁ ଦୈନନ୍ଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ପର୍ଯ୍ୟଟକ ପରିଦର୍ଶନ କରିବାକୁ ଆସୁଥିବାବେଳେ ସେମାନଙ୍କୁ ବିଭିନ୍ନ ଲୋଭ ଦେଖାଇ କାଜୁ ବ୍ୟବସାୟୀ ପୋକା କାଜୁ ବିକ୍ରି କରୁଥିବା ଦେଖିବାକୁ ମିଳିଛି। ଏ ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ସବୁ ଜାଣି ସ୍ଥାନୀୟ ପୋଲିସ ପ୍ରଶାସନ, ଖାଦ୍ୟ ନିରାପତ୍ତା ଅଧିକାରୀ ଓ ଏନ୍ଏସି ଅଧିକାରୀ ନିରବଦ୍ରଷ୍ଟା ସାଜିଛନ୍ତି। କେଜି ପ୍ରତି ୬୦୦ ରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ କାଜୁ କିଣି ପର୍ଯ୍ୟଟକ ଠକାମିର ଶିକାର ହେଉଥିଲେ ମଧ୍ୟ ଅସାଧୁ ବ୍ୟବସାୟୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ଯୋଗୁଁ ଦିନକୁଦିନ ପୋକା କାଜୁ ବ୍ୟବସାୟ ବଢ଼ିବାରେ ଲାଗିଛି। ପୁର୍ବରୁ ଅନେକ ପର୍ଯ୍ୟଟକ ଏପରି ଅଭିଯୋଗ କରିଛନ୍ତି। ମନ୍ଦିର ସାମ୍ନାରେ ପୋଲିସ୍ ପୋଷ୍ଟ ମଧ୍ଯ ରହିଛି। କାହା ସ୍ୱାର୍ଥରେ ନା ଅସାଧୁ ବେପାରୀଙ୍କ ସୁରକ୍ଷାରେ ତାହା ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ମଙ୍ଗଳବାର କିଛି ପର୍ଯ୍ୟଟକ କାଜୁ କିଣି ପ୍ୟାକେଟ୍ ଖୋଲିବା ପରେ ଭିତରେ ପୋକା କାଜୁ ଥିବା ଜାଣିବାକୁ ପାଇଥିଲେ। ପରେ ବ୍ୟବସାୟୀ ଜଣଙ୍କ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ପର୍ଯ୍ୟଟକ ଅସନ୍ତୋଷ ବ୍ୟକ୍ତ କରି ଭିଡିଓ ବାର୍ଭା ମାଧ୍ଯମରେ କାର୍ଯ୍ୟାନୁଷ୍ଠାନ ଲାଗି ସାମାଜିକ ଗଣମାଧ୍ଯମରେ ଛାଡ଼ିଥିବାବେଳେ ଏହି ଭିଡ଼ିଓ ପ୍ରସାରିତ ହେବାରେ ଲାଗିଛି । ପୋକା କାକୁ ବିକ୍ରିକୁ ନିଷେଧ ଓ ଅସାଧୁ ବ୍ୟବସାୟୀଙ୍କୁ ଗିରଫ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି। କିନ୍ତୁ ପୋଲିସ୍ ପ୍ରଶାସନ, ଖାଦ୍ୟ ନିରାପତ୍ତା ଅଧିକାରୀ, କୋଣାର୍କ ଏନଏସି ପ୍ରଶାସନ ହାତ ଗୁଞ୍ଜା ନେଇ ଚୁପ୍ ରହୁଥିବା ଅନୁମାନ କରାଯାଉଛି। ଯାହା ସାରା ଦେଶରେ କୋଣାର୍କର ନାମ ବଦନାମ୍ ହେଉଛି।