ପର୍ଯ୍ୟଟନ କ୍ଷେତ୍ର ଅନ୍ଧବର ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ପବିତ୍ର ପର୍ଯ୍ୟଟନ କ୍ଷେତ୍ର ଶ୍ରୀ ଶ୍ରୀ ଅନ୍ଧବର ପୀଠରେ ପୂର୍ବବର୍ଷ ଭଳି ଚଳିତବର୍ଷ ୫୧ତମ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉଛି । ଗତ ୨୨ତାରିଖରୁ ଆରମ୍ଭ ହୋଇଥିବା ଏହି ବିଶ୍ୱଶାନ୍ତି ମହାଯଜ୍ଞ ଆସନ୍ତା ୨୭ତାରିଖରେ ପୂର୍ଣ୍ଣାହୁତି ପରେ ସମାପନ ହେବ । କୋଭିଡ ନିୟମ ଅନୁପାଳନ ପୂର୍ବକ ଏହି ଯଜ୍ଞ ଅନୁଷ୍ଠିତ ହେଉଅଛି । ଚଳିତବର୍ଷ ସଭାପତି ଭାବେ ଅଧ୍ୟାପକ ଅଜୟ ରାଉତ, ସମ୍ପାଦକ ଗୈାରାଙ୍ଗ ପରିଜା, ସହ ସମ୍ପାଦକ ଗୋଲେଖ ସ୍ୱାଇଁ ଦାୟୀତ୍ୱ ସମ୍ପାଦନ କରୁଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପ୍ରହଲ୍ଲାଦ ସାହୁ, କୁଳମଣୀ ବେହରୋ, ଅଜୟ ପାଣି, ସୁରେନ୍ଦ୍ର ଜେନା, ଗୟାଧର ପ୍ରଧାନ, ଧନେଶ୍ୱର ବେହେରା, ପଙ୍କଜ ସାମଲ, ଅନନ୍ତ ସାହୁ, ଭ୍ରମରବର ଜେନା, ଧନେଶ୍ୱର ସାହୁ, ତ୍ରୈଲୋକ୍ୟ ସ୍ୱାଇଁ, ଅରୁଣ ଉଦୟ ପ୍ରଧାନ ପ୍ରମୁଖଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ