ପର୍ଯ୍ୟଟନ ପାଇଁ ନୂଆ ମଡେଲ ପ୍ଲାନ: ହୋଟେଲ୍, ରେସ୍ତୋରାଁ ପାଇଁ ହେବ ଲ୍ୟାଣ୍ଡ ବ୍ୟାଙ୍କ

ଭୁବନେଶ୍ୱର: ରାଜ୍ୟରେ ପର୍ଯ୍ୟଟନ ଶିଳ୍ପକୁ ନୂଆସ୍ତରକୁ ନେବା ପାଇଁ ଅଣ୍ଟା ଭିଡ଼ିଛନ୍ତି ସରକାର । ରାଜ୍ୟକୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ୁଥିବାରୁ ଅଧିକ ହୋଟେଲ ଓ ରେସ୍ତୋରାଁ ଖୋଲିବା ପାଇଁ ସରକାର ଲ୍ୟାଣ୍ଡ ବ୍ୟାଙ୍କ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ ଜମି ଚିହ୍ନଟ କରାଯାଇ ହୋଟେଲ ଶିଳ୍ପ ପାଇଁ ସଂରକ୍ଷିତ ରଖାଯିବ । ସରକାର ନୂଆ ମଡେଲ ପ୍ଲାନ ଅନୁସାରେ ଏଣିକି ପର୍ଯ୍ୟଟନ ଭିତ୍ତିଭୂମିକୁ ଆଧୁନିକୀକରଣ କରିବାକୁ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି । ସରକାର ନିଷ୍ପତ୍ତି ଅନୁସାରେ, ଚିଲିକା, ଭିତରକନିକା, ଶିମିଳିପାଳ, ହୀରାକୁଦ, ସାତକୋଶିଆ ଓ ସମୁଦ୍ରକୂଳ ଅଞ୍ଚଳରେ ଏ ଜମି ଚିହ୍ନଟ କରାଯାଇ ଜମି ବ୍ୟାଙ୍କରେ ରଖାଯିବ । ଇଡକୋ ଜମି ଚିହ୍ନଟ କରିବ । ଏଥିପାଇଁ ପର୍ଯ୍ୟଟନ, ଜଙ୍ଗଲ ଓ ପରିବେଶ ଏବଂ ରାଜସ୍ୱ ବିଭାଗର ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ ହେବ । ମଡେଲ ପ୍ଲାନ ଅନୁସାରେ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରକଳ୍ପ କାମ ହାତକୁ ନିଆଯିବ । ଏହାଛଡ଼ା ରାଜ୍ୟର ପ୍ରମୁଖ ଜଳାଶୟଗୁଡ଼ିକରେ ଏଣିକି ବୋଟିଂ ସୁବିଧା ମିଳିବ । ଏଥିପାଇଁ ସ୍ୱତନ୍ତ୍ର ଡଙ୍ଗା ଚାଳକଙ୍କୁ ଲାଇସେନ୍ସ ପ୍ରଦାନ କରାଯିବ ।
ବାଲୁଗାଁ ଓ ରମ୍ଭା ମଧ୍ୟରେ ନୂଆ ଆଧୁନିକ ଜେଟି ନିର୍ମାଣ ପାଇଁ ମଧ୍ୟ ସ୍ଥାନ ଚିହ୍ନଟ କରାଯିବ । ଚିଲିକା, ଭିତରକନିକା ଓ ହୀରାକୁଦ ହାଉସ ବୋଟ୍ ଚଳାଇବାକୁ ସ୍ଥିତ ହୋଇଛି । ସମସ୍ତ ଅଭୟାରଣ୍ୟ ନିକଟରେ କଟେଜ ନିର୍ମାଣ କରିବାକୁ ମଧ୍ୟ ସ୍ଥିର ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ