ପର୍ଯ୍ୟଟନ ବସ ଓଲଟି ୫ ମୃତ

ସୋଲନ୍‌: ହିମାଞ୍ଚଳ  ପ୍ରଦେଶ ସୋଲନ ଜିଲ୍ଲାରେ ଡେଡ୍ରାଘାଟରେ ଶନିବାର ବିଳମ୍ବିତ ରାତିରେ ଏକ ପର୍ଯ୍ୟଟକ କାର ଘାଟିର  ୩୦୦ ଫୁଟ୍ ତଳକୁ ଓଲଟି ୫ ଜଣଙ୍କର  ମୃତ୍ୟୁ ହୋଇଛି । ମିଳିଥିବା ଖବର ଅନୁଯାୟୀ ହରିୟାଣାରୁ ଏକ ପର୍ଯ୍ୟଟନ କାରଯୋଗେ ଯାତ୍ରା କରୁଥିବା ସମୟରେ ରାତ୍ରରେ ଘଟିବାରୁ କେହି କିଛି ଜାଣିପାରିନଥିଲେ । ରବିବାର  ସକାଳେ ପଶୁ ପାଳକ ଜଣେ ନିକଟସ୍ଥ ଅଂଚଳକୁ ଘାସ ଆଣିବାକୁ ଯାଇଥିବା ବେଳେ ମୃତ୍ୟୁ ଦେହ ଦେଖିବା ପରେ ଖବର ପ୍ରଚାର ହୋଇ ଘଟଣା ସ୍ଥଳରେ ଭିଡ ପରିଲକ୍ଷି୍‌ତ ହୋଇଥିଲା ।ଏହା ପରେ ପୋଲିସ ଖବର  ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଶବ ବ୍ୟେବଚ୍ଛେଦ ନିମନ୍ତେ ମେଡିକାଲକୁ ପଠାଇଦେଇଥିବା ବେଳେ ସମସ୍ତ ମୃତକ ଙ୍କ ପରିଚୟ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ