ପଲିଟେକ୍ନିକ କଲେଜ ଅଧ୍ୟାପକଙ୍କ କଳାବ୍ୟାଚ୍ ପରିଧାନ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ଅଧ୍ୟାପକଙ୍କୁ ମାଡ଼ ଘଟଣାର ପ୍ରତିବାଦ କରି ଭଦ୍ରକ ବ୍ଲକ ଅନ୍ତର୍ଗତ ରାନ୍ଦିଆ ତେନ୍ତୁଳିଗଢିଆ ଠାରେ ଥିବା ସରକାରୀ ପଲିଟେକ୍ନିକ କଲେଜର ଅଧ୍ୟାପକ ଓ କର୍ମ•ରୀମାନେ କଳାବ୍ୟାଚ୍ ପରିଧାନ ପୂର୍ବକ ଆନ୍ଦୋଳନ କରିଛନ୍ତି । ଗତ ୨୭ ତାରିଖରେ ବଲାଙ୍ଗିର ସରକାରୀ ପଲିଟେକ୍ନିକ୍ କଲେଜର ଦୁଇଜଣ ଅଧ୍ୟାପକ ଶାନ୍ତନୁ କୁମାର ଦତ୍ତ ଓ ଅବିନାଶ ବିଶ୍ୱାଳଙ୍କୁ ମାଡ଼ ମରାଯାଇଥିଲା । ଏହାର ପ୍ରତିବାଦରେ ରାଜ୍ୟର ସମସ୍ତ ପଲିଟେକ୍ନିକ କଲେଜ ଗୁଡ଼ିକରେ ପ୍ରତିବାଦ ସ୍ୱରୂପ ଧାରଣା, କଳାବ୍ୟାଚ୍ ପରିଧାନ, କଲମଛାଡ଼ ଆନ୍ଦୋଳନ କରାଯାଉଛି । ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ତେନ୍ତୁଲିଗଢିଆ ପଲିଟେକ୍ନିକ କଲେଜର ଅଧ୍ୟକ୍ଷ ଶରତ ଚନ୍ଦ୍ର ରାଉତଙ୍କ ତତ୍ତ୍ୱାବଧାନରେ ଅଧ୍ୟାପକ ବିକାଶ ମୁୁର୍ମୁ, ସୁଶାନ୍ତ କୁମାର ନାୟକ, ସଞ୍ଜୟ ଗୋପାଳ ତ୍ରିପାଠୀ, ଲିଟୁ ବେହେରା, ପ୍ରଫୁଲ୍ଲ କୁମାର ମୁଣ୍ଡା, ଦୁର୍ଗା ପ୍ରସାଦ ଦାସ, ତପନ କୁମାର ଦାସ, ଶ୍ରୀପତି ସୁନ୍ଦର ଉପାଧ୍ୟାୟ, ଅଭିପ୍ସା ଦତ୍ତ, ଏ.ଏନ ଅର୍ପିତା ଅପରାଜିତା, ରେହମେତୁନ ଫାତିମା, ନିବେଦିତା ହୋ, ରୀତାରାଣୀ ହାତୀଙ୍କ ସମେତ ବରିଷ୍ଠ କିରାଣୀ ସରୋଜ କୁମାର ନାୟକ, ମୁଖ୍ୟ କିରାଣୀ ଏମ.ଡ଼ି ରିଆଜ ପ୍ରମୁଖ ଏହି ପ୍ରତିବାଦରେ ସାମିଲ ରହି କଳାବ୍ୟାଚ୍ ପିନ୍ଧି ମୁଖ୍ୟ ଫାଟକ ପାଖରେ ଆନ୍ଦୋଳନ କରିଥିଲେ । ସେମାନେ ପଲିଟେକ୍ନିକ କଲେଜରେ କାର୍ଯ୍ୟରତ ଅଧ୍ୟାପକ ଓ କର୍ମ•ରୀମାନଙ୍କ ସୁରକ୍ଷା ଦାବୀ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ