ପଲିଥିନି ତଳେ ଜୀବନ, ଭଙ୍ଗାଦଦରା ଘରେ ବାସ କରୁଥିଲେବି ଆବାସ ତାଲିକାରେ ନାଁ ନାହିଁ

ହାଟଡିହି, (ବିକାଶ ବିଶ୍ୱାଳ):ମୁଣ୍ଡ ଉପରେ ଚାଳ ନାହିଁ, ମୁଣ୍ଡ ଗୁଞ୍ଜିବାକୁ ପଲିଥିନି ହିଁ ଭରଷାନ୍ମାଟି କାନ୍ଥ ଗୁଡିକ ଭାଙ୍ଗି ଖସିବାରେ ଲାଗିଛି । ବର୍ଷା ହେଲେ ରାତି ଉଜାଗର ରହୁଛନ୍ତି ପରିବାର ଲୋକେ । କିନ୍ତୁ ଆବାସ ତାଲିକାରେ ନାଁ ନଥିବାରୁ ହତାଶ ହୋଇପଡିଛନ୍ତି ପରିବାର ସଦସ୍ୟ ସଦସ୍ୟା । ଏପରି ଦେଖିବାକୁ ମିଳିଛି ହାଟଡିହି ବ୍ଲକ ଓରାଳି ପଞ୍ଚାୟତର ନନ୍ଦିପଦା ଗାଁରେ । ଗାଁର ୧ନଂ ୱାର୍ଡର ବାସିନ୍ଦା ଭୀମସେନ ସେନାପତି ଓ କୌଳାଶ ସେନାପତି ନିଜ ପରିବାର ଲୋକଙ୍କ ସହିତ ବସବାସ କରନ୍ତି । ଦୁଇଟିଯାକ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର । ଘର ଗୁଡିକ ଛପର କରିନପାରିବାରୁ ଘର ଗୁଡିକ ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି । ଘର ନିର୍ମାଣ କରିବାକୁ ସମ୍ବଳ ନଥିବାରୁ ଆବାସ ଯୋଜନା ଘର ପାଇଲେ ଘର କରିବେ ବୋଲି ଲକ୍ଷ ରଖି ତିନିବର୍ଷ ହେଲା ଚାହିଁ ବସିଛନ୍ତି । ଏପରିକି ଘରର ଚାଳ ନଥିବାରୁ ପଲିଥିନି ଟାଙ୍ଗି ଅତି ଦୁଃଖ କଷ୍ଟରେ ରହିଛନ୍ତି । ପୁର୍ବରୁ ତାଙ୍କ ଆବାସ ଯୋଜନରା ତାଲିକାରେ ନାଁ ଥିବାରୁ ଏଥର ଘର ପାଇଁ ପକ୍କା ଘର ଖଣ୍ଡିଏ ଲେଖାଏଁ କରିବେ ବୋଲି ସ୍ୱପ୍ନ ଦେକିଥିଲେ । ଏପରିକି ଗତ ୧୫ଦିନ ତଳେ ତଦନ୍ତ କରିବାପାଇଁ ଯାିଥିବା ବ୍ଲକର ଏକ ପ୍ରତିନିଧି ଦଳ ମଧ୍ୟ ତାଙ୍କ ଅବସ୍ଥା ଦେଖି ଆସିଥିଲେ । କିନ୍ତୁ ଏବେ ପଞ୍ଚାୟତ କାନ୍ଥରେ ଯେଉଁ ସମ୍ଭାବ୍ୟ ଆବାସ ଯୋଜନା ହିତାଧିକାରୀଙ୍କ ନାମ ତାଲିକା ମରାଯାଇଛି ସେଥିରେ ଦୁଇଟିଯାକ ପରିବାର ସଦସ୍ୟଙ୍କ ନାମ ନଥିବାରୁ ଦୁଃଖରେ ଭାଙ୍ଗି ପଡିଛନ୍ତି । ସେମାନଙ୍କ କହିବାକଥା ଯେ ଏହି ପଞ୍ଚାୟତରେ ଅନେକ ଅଯୋଗ୍ୟ ହିତାଧିକାରୀ ଯେଉଁମାନଙ୍କର କି ଦି ମହଲା, ତିନି ମହଲା ଘର ଅଛି, ପୁର୍ବରୁ ଦୁଇ ତିନୋଟି ସରକାରୀ ଯୋଜନାର ଘର ପାଇଛନ୍ତି ସେମାନଙ୍କ ନାମ ତାଲିକାରେ ଅଛି । କିନ୍ତୁ ତାଙ୍କ ନାମ ବାଦ ପଡିଛି । ବ୍ଳକକୁ ଯାଇଥିଲି, ମୋତେ କୁହାଗଲା ଯେ ଆଉଥରେ ଆବେଦନ କର, ତେଣୁ ପୁନର୍ବାର ଆବେଦନ କରି ଆସିଛି । ମୁଁ କେବଳ ହାଟଡିହି ବିଡିଓଙ୍କୁ ଅନୁରୋଧ କରୁଛି ସେ ନିଜେ ଆସି ମୋ ଘର ଦେଖିଯାନ୍ତୁ ମୁଁ ଆବାସ ଯୋଗ୍ୟ ପାଇବାକୁ ହକଦାର କି ନୁହଁ । ଏ ସମ୍ପର୍କରେ ଗ୍ରାମର ଲୋକନାଥ ନାୟକ କହିଛନ୍ତି ଯେ ଆମ ଗ୍ରାମର ଏହି ଦୁଇଟି ପରିବାର ଏକ ନମ୍ବର ତାଲିକାରେ ରହିବାକଥା । ତାଙ୍କ ଅବସ୍ଥା ଯାହା ସ୍ୱଚକ୍ଷୁରେ ନଦେଖିଲେ କେହି ବିଶ୍ୱାଷ କରିବେନି । କିନ୍ତୁ ତାଙ୍କ ନାମ ବାଦ ପଡିବା ଦୁଃଖ ଓ ପରିତାପର ବିଷୟ । ଏହାର ପୁନଃ ତଦନ୍ତ କରାଯାଇ ପରିବାର ଦୁଇଟିକୁ ଆବସ ଯୋଜନାରେ ସାମିଲ କରାଯାଉ ବୋଲି ସେ ଦାବି କରିଛନ୍ତି । ଏ ସମ୍ପର୍କରେ ବ୍ଲକ କର୍ତ୍ତୁପକ୍ଷଙ୍କୁ ପଚାରିବାରେ ଏହି ଦୁଇ ପରିବାର ଲୋକଙ୍କ ନାମ ରେଜିଷ୍ଟେସନ ତାଲିକାରେ ଅଛି । ୨୪ତାରିଖ ପରେ ସେମାନଙ୍କ ନାମ ପ୍ରକାଶ ପାଇବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ