ପଲିଥିନ ଜବତ, ଜୋରିମାନା ଆଦାୟ
ବେଲଗୁଣ୍ଠା,(ଯୁଗାବ୍ଦ ନ୍ୟୁଜ୍) : ସୁଧୁରିବାର ପ୍ରଶ୍ନ ଉଠୁନି । ସରକାର ତରଫରୁ ପଲିଥିନ ବ୍ୟବସାୟ ଠାରୁ ଆରମ୍ଭ କରି ପଲିଥିନ ବ୍ୟବହାର କାରୀ ଉପରେ ଅଙ୍କୁଶ ଲଗାଯାଇଥିଲେ ମଧ୍ୟ ନିୟମକୁ ଖୋଲା ଖୋଲି ଉଲ୍ଲଂଘନ କରିବାର ଦେଖିବାକୁ ମିଳିଛି ବେଲଗୁଣ୍ଠା ବିଜ୍ଞାପିତ ଅଂଚଳରେ । ପୂର୍ବରୁ ମୋଟା ଅଙ୍କର ଜୋରିମାନା ଆଦାୟ କରାଯାଇଥିବା ବେଳେ କିଛି ଦିନର ନିରବତା ପରେ ପୁଣି ଥରେ ବେଲଗୁଣ୍ଠା ଗାଙ୍ଗପୁର ଏନ୍ଏସିକୁ ପଲିଥିନ ମୁକ୍ତ କରିବା ନିମନ୍ତେ ପ୍ରଶାସନ ଅଣ୍ଟା ଭିଡିଛି । ମଙ୍ଗଳବାର ଏନ୍ଏସି ପରିଷଦର ନିର୍ବାହି ଅଧିକାରୀ ସୁନିଲ କୁମାର ତ୍ରୀ୍ପାଠୀଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ମଙ୍ଗଳବାର ପଲିଥିନ ବ୍ୟବସାୟଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାଡ ବିଭିନ୍ନ ସ୍ଥାନ ଗୁଡିକରେ ଚଢାଉ କରିଥିଲେ । ଅନ୍ୟ ପଟେ କୈାଣସି ବିଶ୍ୱସ୍ଥ ସୁତ୍ରରୁ ଏନଏସି ଖବର ପାଇ ପଲିଥିନ ଚାଲାଣ ହେଉଥିବା ଗାଡିରୁ ପଲିଥିନ ଜବତ କରିବା ସହ ଜଣେ କ୍ଷୁଦ୍ର ଲୁନା ବ୍ୟବସାୟୀ ଠାରୁ ମଧ୍ୟ ପଲିଥିନ ଜବତ କରିବା ସହ ସଂନ୍ଧ୍ୟା ସମୟରେ ଅଚାନକ ପୁଣି ଏକ ଜଳଖିଆ ଦୋକାନରେ ଚଢାଉ କରି ଜୋରିମାନାଆଦାୟ କରିଥିଲେ ।ପଲିଥିନ ଜବତ କରିବା ସହ ୮ହଜାର ୫ ଶହ ଟଙ୍କା ଜୋରିମାନାଆଦାୟ କରାଯାଇଛି । ଏହି ପରି ଆଗକୁ ମଧ୍ୟ ଚଢାଉ ଜାରି ରହିବ ବୋଲି ନିର୍ବାହି ଅଧିକାରୀ ସୂଚନା ଦେଇଛନ୍ତି ।