ପଲ୍ଲିଶ୍ରୀ ମେଳାରେ ସଂଗୀତ ନିର୍ଦେଶକ ସତ୍ୟପ୍ରିୟଙ୍କୁ ସମ୍ବର୍ଦ୍ଧନା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ରାଜ୍ୟ ସ୍ତରୀୟ ପଲ୍ଲିଶ୍ରୀ ମେଳା ଓ ଜିଲ୍ଲା ମହୋତ୍ସବରେ ଶ୍ରେଷ୍ଠ ସାଂସ୍କୃତିକ ଦଳ କଟକର “ସୁର ଝଙ୍କାର”ର ଉତ୍ତମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପାଇଁ ସଂଗୀତ ନିର୍ଦେଶକ ସତ୍ୟପ୍ରିୟ ଦାସଙ୍କ ଜିଲ୍ଲା ପରିଷଦର ମୁଖ୍ୟ ବିକାଶ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା ରୈାପ୍ୟ ପଦକ ଓ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ । ପଲ୍ଲିଶ୍ରୀ ମେଳାର ଉଦଯାପନୀ ସନ୍ଧ୍ୟାରେ ସତ୍ୟପ୍ରିୟ ଦାସଙ୍କ ନିଜସ୍ୱ ରଚିତ ବିଦାୟକାଳୀନ ସଂଗୀତ ପଲ୍ଲିଶ୍ରୀ ମେଳା ବିଦାୟ ନେଉଛି .. ଶୀର୍ଷକ ସଂଗୀତ ଅତ୍ୟନ୍ତ ମନଛୁଆଁ ଓ ହୃଦୟ ସ୍ପର୍ଶୀ ହୋଇଥିଲା । ଜିଲ୍ଲାପାଳ ଅମ୍ରିତ ଋତୁରାଜ ସଂଗୀତ ନିର୍ଦେଶକ ଶ୍ରୀ ଦାସଙ୍କୁ ତାଙ୍କ ସଂଗୀତ ପାଇଁ ଭୂୟସୀ ପ୍ରଶଂସା କରିଥିଲେ । ଭରତପୁର ବାଗଦେବୀ କଳାମନ୍ଦିର କଣ୍ଠଶିଳ୍ପୀ ସୁଶ୍ରୀ ଦିବ୍ୟା ଦର୍ଶିନୀ ମହାନ୍ତି, ଲକ୍ଷ୍ମୀପ୍ରିୟା ବେହେରା, ଅଙ୍କିତା ସାହୁ, ସମଳେଶ ପ୍ରମୁଖ କଣ୍ଠଦାନ କରିଥିଲେ । ଓଡିଆ ଚଳଚିତ୍ରର ପୁରାତନ ସଂଗୀତ ପ୍ରଥମ ପ୍ରେମର ପ୍ରଥମ ଚିଠି, ଏବନର ଛାଇ, ଯାହାକୁ ମୁଁ ଏତେ ଭଲ ପାଉଛି ଭଳି ଗୀତ ଗୁଡିକ ଶ୍ରୋତାମାନଙ୍କ ମଧ୍ୟରେ ପୁରୁଣା ସ୍ମୃତିକୁ ଉଜ୍ଜିବିତ କରିପାରିଥିଲା । ଜିଲ୍ଲା ସଂସ୍କୃତି ଅଧିକାରୀ ସୋନାଲି ବେହେରା, ପ୍ରସନ୍ନ କୁମାର ମହାନ୍ତି, ଜୟଶ୍ରୀ ପତି ଓ ଅନୀତା ବେହେରା ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ ।