ପଲ୍ଲିଶ୍ରୀ ମେଳା ଉଦ୍‌ଯାପିତ

ଯାଜପୁର,: ୮ମ ଯାଜପୁର ଜିଲ୍ଲା ମହୋତ୍ସବ “ଯଯାତି” ୧୯ ତାରିଖ ସଂଧ୍ୟାରେ ଉଦ୍‌ଯାପିତ ହୋଇଯାଇଚ୍ଥି । ୧୫ ତାରିଖ ଠାରୁ ୫ ଦିନ ପାଇଁ ବାଳାଶ୍ରମ ପଡିଆ ଠାରେ ଅନୁଷ୍ଠିତ ହୋଇଥିବା ଏହି ମହୋତ୍ସବରେ ଦୈିନିକ ହଜାର ହଜାର ଦର୍ଶକ ସାଂସୃ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହ ମହୋତ୍ସବ ପଡିଆରେ ଲାଗିଥିବା ପଲ୍ଳ୍‌ଶ୍ରୀ ମେଳାକୁ ମଧ୍ୟ ପରିଦର୍ଶନ କରିଥିଲେ । ପଲ୍ଲିଶ୍ରୀ ମେଳାରେ ପ୍ରାୟ ୮୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ବ୍ୟବସାୟ ହୋଇଚ୍ଥି ବୋଲି ଓର୍‌ମାସର କାର୍ଯ୍ୟ ନିର୍ବାହୀ ସୂଚନା ଦେଇଚ୍ଥନ୍ତି । ବିଭିନ୍ନ ଘରକରଣା ଜିନିଷ ଓ ସୈାଖିନ ଜିନିଷର ସମ୍ଭାର ମଧ୍ୟରୁ ନିଜକୁ ଊପଯୋଗୀ ଦ୍ରବ୍ୟ ମାନ କିଣି ନେଉଥିଲେ ଗ୍ରାହକ । ପଲ୍ଳ୍‌ଶ୍ରୀ ମେଳାରେ ୧୪୦ ରୁ ଉର୍ଦ୍ଧ୍ୱ ଷ୍ଟଲ ଲାଗିଥିଲା । ଶେଷ ଦିନରେ ସମସ୍ତ ଷ୍ଟଲ ଗୁଡିକର ଏକ ମୂଲ୍ୟାଙ୍କନ କରାଯାଇଥିଲା । ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ଦ୍ୱାରା ପରିଚାଳିତ ଅନେକ ଷ୍ଟଲରେ ମଧ୍ୟ ବେଶ୍ ଭିଡ ପରିଲକ୍ଷିତ ହୋଇଥିଲା । ଏହି ମୂଲ୍ୟାଙ୍କନରେ ସର୍ବାଧିକଙ୍କର ଲୋକପ୍ରିୟ ସେଲ୍ସମ୍ୟାନ ଭାବେ ପୁରୀ ଜିଲ୍ଲା ଗୋପର ସୋମ୍ୟା କଏର ଗ୍ରୁପର ବନିତା ବଳବନ୍ତରାୟଙ୍କୁ ଶ୍ରେଷ୍ଠ, ସରକାରୀ ଷ୍ଟଲ ଭାବେ ଜିଲ୍ଲା ଜଳଚ୍ଥାୟା ପ୍ରକଳ୍ପ ଷ୍ଟଲକୁ ଓ ସୁନ୍ଦର ଭାବେ ସାଜସଜା ବା ଶ୍ରେଷ୍ଠ ଡିସ୍‌ପ୍ଳେ୍ ଷ୍ଟଲ ଭାବେ ବଲାଙ୍ଗୀରର ନଟରାଜ ସ୍ୱୟଂ ସହାୟକ ଦଳର ଷ୍ଟଲକୁ ପୁରସ୍କୃତ କରାଯାଇଥିଲା । ଏହି ଉପଲକ୍ଷେ ରବିବାର ଅପରାହ୍ନରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଶ୍ରେଷ୍ଠ ଷ୍ଟଲ ଓ ଅନ୍ୟାନ୍ୟ କ୍ଷେତ୍ର ପାଇଁ ପୁରସ୍କୃତ କରାଯାଇଥିଲା । ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମେଳା ମହୋତ୍ସବ କେବଳ ମନୋରଂଜନ ନୁହେଁ ଭାଇଚାରା, ସଦ୍‌ଭାବନା ଓ ସ୍ୱାବଲମ୍ୱନଶୀଳତା ପାଇଁ ଏହା ଅଭିପ୍ରେତ ବୋଲି କହିଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ତଥା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀ ପଲ୍ଲିଶ୍ରୀ ମେଳା ମହିଳା ମାନଙ୍କୁ ନୂଆ ବାଟ ଦେଖାଇଚ୍ଥି ଓ ପାରିବାରିକ ଆୟ ବୃଦ୍ଧିରେ ମହିଳାଙ୍କ ଯୋଗଦାନକୁ ଏହା ପ୍ରେତ୍ସାହିତ କରୁଚ୍ଥନ୍ତି ବୋଲି କହିଥିଲେ । ଓର୍‌ମାସର ଜିଲ୍ଲାମୁଖ୍ୟ କାର୍ଯ୍ୟ ନିର୍ବାହୀ ବନଜ ମାହାରୀ ସମସ୍ତଙ୍କୁ ସ୍ୱାଗତ କରିବା ସହ ପଲ୍ଲିଶ୍ରୀ ମେଳାରେ ଶ୍ରେଷ୍ଠତ୍ୱ ହାସଲ କରିଥିବା ଷ୍ଟଲ ମାନଙ୍କ ନାମ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମରେ ଓର୍‌ମାସର ଅଧିକାରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ