ପଲ୍ଲୀଭାରତୀ ୟୁଥ କ୍ଲବ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର
ସମ୍ବଲପୁର, (ଲିପନ ନାଏକ):ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ମହଦା ଗ୍ରାମ ପଞ୍ଚାୟତ ରେ ପଲ୍ଲୀଭାରତୀ ୟୁଥ୍ କ୍ଳବ୍ ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା l ଏହି ଶିବିରରେ କୁଚିଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର ସତ୍ୟପ୍ରକାଶ ଦୋରା ୭୫ ଜଣ ପୁରୁଷ ଓ ମହିଳା ଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରି ମାଗଣା ରେ ଔଷଧ ବଣ୍ଟନ କରିଥିଲେ l ଏହି ପ୍ରାୟାସ କୁ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଇଥିଲା l ଅଗକୁ ଏହିପରି ଅନେକ କାର୍ଯ୍ୟକ୍ରମ ଗୁଡ଼ିକ ଆୟୋଜନ୍ ପାଇଁ ପଲ୍ଲୀଭାରତୀ ୟୁଥ୍ କ୍ଳବ୍ ପକ୍ଷରୁ ସୁଚନା ପ୍ରଦାନ କରାଯାଇଛି l