ପଲ୍ଲୀଶ୍ରୀ ମେଳାରେ ଭାଗନେଇଥିବା ଜିଲ୍ଲା ବାହାରର ୪ଟି ଷ୍ଟଲକୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ପ୍ରତିଭା ପୂଜା ସଂସଦ ଓ ଜିଲ୍ଲା ବୋଇତ ବନ୍ଦାଣ ସମିତିର ମିଳିତ ଆନୁକୂଲ୍ୟରେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳ ପଡିଆରେ ୬ଦିନ ବ୍ୟାପି ଚାଲିଥିବା ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳାରେ ଅଂଶ ଗ୍ରହଣ କରି ଷ୍ଟଲ ଖୋଲିଥିବା ବିଭିନ୍ନ ଜିଲ୍ଲାର ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ସଂସଦର ସଭାପତି ପ୍ରଦିପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ, ଦୁର୍ଗା ପ୍ରସାଦ ମହାରଣା, ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ପିଡି ରାଜେନ୍ଦ୍ର ପଣ୍ଡା, ବୋଇତ ବନ୍ଦାଣ ସମିତି ସଭାପତି ଚିନ୍ମୟ ପ୍ରସାଦ ବେହୁରା, ସମ୍ପାଦକ ସୁଶିଲ ସାମଲ, ପ୍ରଫୁଲ୍ଲ କୁମାର ଦାସ ପ୍ରମୁଖ ଯୋଗଦେଇ ନବରଙ୍ଗପୁର ଜିଲ୍ଲାର ପାରମ୍ପରିକ ଗହଣା ଷ୍ଟଲ, କେଉଁଝର ଜିଲ୍ଲାର ବଡି ଓ ପାମ୍ପଡ ଷ୍ଟଲ, କନ୍ଧମାଳ ଜିଲ୍ଲାର ୨ଟି ହଳଦୀ ଓ ଅନ୍ୟାନ୍ୟ ବନଜାତ ଦ୍ରବ୍ୟ ଷ୍ଟଲ ଏବଂ ଆଇ.ଆଇ.ଏଚ.ଏମ. କେନ୍ଦ୍ରାପଡା ଷ୍ଟଲକୁ ଫଳକ ଏବଂ ଶାଲ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂସଦର ସଦସ୍ୟ ସୁବାଷ ପାତ୍ର, ଚିତ୍ତରଞ୍ଜନ ଦାସ, ଲକ୍ଷ୍ମୀକାନ୍ତ ନାୟକ, ସୈାମ୍ୟରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରତିବର୍ଷ ଅନୁଷ୍ଠାନ ପକ୍ଷରୁ ବାହାର ଜିଲ୍ଲାରୁ ଆସିଥିବା ଷ୍ଟଲ ଗୁଡିକୁ ଏଭଳି ଭାବେ ସମ୍ବର୍ଦ୍ଧିତ କରାଯାଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ