ପଲ୍ଲୀ ପ୍ରତୀଭା ସାହିତ୍ୟ ଓ ସଂସ୍କୃତି ସଂସଦର “ସମୟର ତୀରେ” ଶିର୍ଷକ ଆଲୋଚନା ଓ କବିତା ପାଠୋତ୍ସବ

କଟକ, (ଯୁଗାବ୍ଦ ନ୍ୟୁଜ):ସାରସ୍ୱତ ଅନୁଷ୍ଠାନ,ପଲ୍ଲୀ ପ୍ରତୀଭା ସାହିତ୍ୟ ଓ ସଂସ୍କୃତି ସଂସଦର ବନ୍ଧୁମିଳନ,” ସମୟରତୀରେ” ଶିର୍ଷକ ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ ଗତିରାଉତପାଟଣା,ଢିଅସାହି ସ୍ଥିତ ନିଜ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ଚୈତନ୍ୟ ରାଉତଙ୍କ ଅଧକ୍ଷତାରେ ଅନୁଷ୍ଠିତ ଉତ୍ସବକୁ ଗୀତିକବି ବାବାଜୀ ଚରଣ ଜେନା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ମୁଖ୍ୟଅତିଥି ଭାବେ କବୟତ୍ରୀ ପ୍ରମିଳା ପତି,ମୁଖ୍ୟବକ୍ତାଭାବେ ଡକ୍ଟର ବୈଜୟନ୍ତିମାଳା ଶତପଥି,ସମ୍ମାନୀୟଅତିଥି ଭାବେ ଆଇନଜିବୀ ପତିତପାବନ ମହାପାତ୍ର,ବରେଣ୍ୟଅତିଥି ଭାବେ ଡଃପଣ୍ଡିତ ଚୈତନ୍ୟ କୁମାର ସାହୁ,ବିଶିଷ୍ଟଅତିଥି ଭାବେ ସମ୍ପର୍କ ସାହିତ୍ୟ ସଂସ୍କୃତି ସଂସଦର ସଭାପତି କୈଳାସ ଚନ୍ଦ୍ର ଜେନା ଯୋଗଦେଇ “ସମୟରତୀରେ”ବିଷୟବସ୍ତୁର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ କବିଙ୍କର ବନମହୋତ୍ସବରେ ମୁଖଭୁମିକା ଗ୍ରହଣ କରିଥିବା କବି ସୁଶିଳ କୁମାର ରାଉତଙ୍କ ସମେତ ୫ଜଣଙ୍କୁ ଶ୍ରୀଯୁକ୍ତ ଛବିରାମ ସେଠୀ ସମ୍ଭର୍ଦ୍ଧିତ କରିଥିଲେ । ଅନୁଷ୍ଠାନ ପକ୍ଷରୁ ସୈାର ମୋହନ ଉଦଗାତା ଓ ବୈଜୟନ୍ତିମାଳା ଶତପଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଡଃବୈଜୟନ୍ତୀମାଳାଙ୍କ ସମ୍ପାଦନାରେ “ଧି”ନାମକ ଏକ ପତ୍ରିକା ଫର୍ଦ୍ଦ ଉନ୍ମୋଚନ କରାଯାଇଥିଲା । କବି ମନୋରଂଜନ ପଣ୍ଡା ଓ ପ୍ରଜ୍ଞାପରମିତା ପ୍ରଧାନଙ୍କ ସଂଯୋଜନାରେ କବି ବସନ୍ତ କୁମାର ସାହୁ,ନିରୁପମା ମିଶ୍ର,ରାଜକିଶୋର ସ୍ୱାଇଁ,ମୋବାରକ ହୋସେନ ଖାଁ,ରଘୁନାଥ ତ୍ରୀପାଠୀ,ଭଗବତୀ ଖଟୁଆ,ସନ୍ଧ୍ୟା ଶତପଥି,ଡକ୍ଟର ନିରଂଜନ ଖଟୁଆ,ବ୍ରଜବନ୍ଧୁ ପୃଷ୍ଟି,ମମତା ପୃଷ୍ଟି,ସୁବାଷ ଦ୍ୱିବେଦୀ,ସ୍ନେହଲତା ଦ୍ୱିବେଦି,ଦୀପିକା ପ୍ରଧାନ,ରୋହିତ କୁମାର ପ୍ରଧାନ,ବିଧୁଭୂଷଣ ମହାନ୍ତି,ଅଶ୍ୱନୀ କୁମାର ସେଠୀ,ସଚ୍ଚିଦାନନ୍ଦ କର,ବାବାଜୀ ଚରଣ ଲେଙ୍କା,ଜୟନ୍ତି ପତି,ଅଭୟ ପାତ୍ର,ଉତମ ଚରଣ ପ୍ରଧାନ,କୁନ୍ତଳା ମହାପାତ୍ର,ପିତାମ୍ବର ମହାପାତ୍ର,ଡେଜୀ ରାଉତ,ସୁରେନ୍ଦ୍ର ମହାପାତ୍ର,ଆଦିକନ୍ଦ ରାଉତ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ପ୍ରାରମ୍ଭରେ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦିକା ଗୀତାଂଜଳି ପୃଷ୍ଟି ସ୍ୱାଗତ ଭାଷଣ ଓ ଅତିଥିପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ କବିବନ୍ଧୁ ମାନେ ୨୦୨୪କୁ ଆନୁଷ୍ଠାନିକ ଭାବେ ବିଦାୟ ଦେଇ ନୂତନ ବର୍ଷ ୨୦୨୫ ଆଗମନକୁ କେକ୍ କାଟି ସ୍ୱାଗତ ଜଣାଇଥିଲେ । କବି ଡଃସନ୍ତୋଷ କୁମାର ପଣ୍ଡା ନୁତନ ବର୍ଷର ଶୁଭ କାମନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ