ପଲ୍ଲୀ ବିକାଶ ପକ୍ଷରୁ ୨୮ ୟୁନିଟ ରକ୍ତ ସଂଗୃହିତ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ) : ହିଞ୍ଜିଳିକାଟୁ ବ୍ଳକ ପୋଡ଼ିଙ୍ଗି ସ୍ଥିତ ସାମାଜିକ ଅନୁଷ୍ଠାନ ପଲ୍ଲୀ ବିକାଶ ପକ୍ଷରୁ ରବିବାର ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାରେ କରୋନା ସଚେତନତା ସକାଶେ ନିୟୋଜିତ ସ୍ୱତନ୍ତ୍ର ପ୍ରୋବେସନାରୀ ଆଇପିଏସ ଅଫିସର ଜି. ରାଘବେନ୍ଦ୍ର ରେଡ୍ଡି ଯୋଗଦେଇ ଆୟୋଜିତ ଶିବିରର ଶୁଭ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, କେନ୍ଦ୍ରୀୟ ଚଳଚ୍ଚିତ୍ର ଆୟୋଗର ସଭ୍ୟ ତଥା ଅଧିବକ୍ତା ଶ୍ରୀକାନ୍ତ ପାଢି ଯୋଗଦେଇ ରକ୍ତଦାନର ମହତ୍ୱ ବିଷୟରେ ମତବ୍ୟକ୍ତ କରିବା ସହ ଉପସ୍ଥିତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଆୟୋଜିତ ଶିବିରରେ ୨୮ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ବ୍ରହ୍ମପୁର ରକ୍ତ ଭଣ୍ଡାରର କର୍ମଚାରୀ ଦେବାଶିଷ ପଣ୍ଡା, ରାମହରି ପଣ୍ଡା, ପଂଚାନନ ସେଠି, ଡ଼ମ୍ବୁରୁଧର କାର୍ଗୀ ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ ।ସଂଗଠନର ସମ୍ପାଦକ ସଞ୍ଜୟ କୁମାର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କୋଷାଧ୍ୟକ୍ଷ ଚିନ୍ତାମଣି ବେହେରା, ଅରୁଣ କୁମାର ପାଠି, କରୁଣାକର ବାଡ଼ତ୍ୟା, କିରଣ ପାଢି, ଆଲୋକ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ