ପଳସାରେ ଅଖିଳ ଭୂମଣ୍ଡଳୀୟ ସର୍ବଶିରୋମଣି ମୁନି ସମାଜର ବାର୍ଷିକ ଉତ୍ସବ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ପଳସା ଗ୍ରାମରେ ଅଖିଳ ଭୂମଣ୍ଡଳୀୟ ସର୍ବଶିରୋମଣି ମୁନି ସମାଜ ଶାଖାର ୪ର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସତ୍ୟ ପତାକା ଉତ୍ତୋଳନ କରାଯିବା ସହ ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇ ସତ୍ସଙ୍ଗ କାର୍ଯ୍ୟ ଆରମ୍ଭ ହୋଇଥିଲା । ମୁନି ବିଷ୍ଣୁ ମୋହନଙ୍କ ସଭାପତିତ୍ୱ ଓ ସୁରେନ୍ଦ୍ର ମୁନିଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହାମନ୍ତ୍ରୀ ଗୋରଖପୁରର ଜଗନ୍ନାଥ ମିଶ୍ର, ବରିଷ୍ଠ ଯୋଗାଚାର୍ଯ୍ୟ ଦୁର୍ଗା ଶଙ୍କର ମୁନି, ମୁନିରାଜ ବାଇଧର ବେହେରା, ଅନାଦି ମୁନି, ମୁନିମତୀ ଆରତୀ ଦେବୀ, ବାମଦେବ ମୁନି, ଶତ୍ରୁଘ୍ନ ମୁନି, ଅଲେଖ ଚନ୍ଦ୍ର ନାୟକ ଯୋଗ ଦେଇ ଯୋଗ ସଂପର୍କରେ ଆଲୋକପାତ କରିଥିଲେ । କୋଭିଡ୍ କଟକଣା ମଧ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଲକ୍ଷ୍ମୀଧର ଜେନା, ସନ୍ତୋଷ ନାୟକ, ପପୁ ଜେନା, ରବିନ୍ଦ୍ର ପୃଷ୍ଟି, ଗୟାଧର ରଣା, ସିପୁ ଜେନା, ମହେଶ୍ୱର ନାୟକ, ଦୋଳଗୋବିନ୍ଦ ନାୟକ, ଗଣେଶ ନାୟକ, ଶଙ୍କର୍ଷଣ ମୁନି, କଂଗ୍ରେସ ମୁନି ସହାୟତା କରିଥିଲେ ।