ପଳସା ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ପୁରସ୍କାର ବିତରଣୀ ଉତ୍ସବ
ବନ୍ତ,(ଯୁଗାବ୍ଦନ୍ୟୁଜ) : ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ପଳସା ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ଚଢେଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ରବି ନାରାୟଣ ପରିଡା, ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଅଲେଖ ଚନ୍ଦ୍ର ନାୟକ, ସମ୍ମାନୀତ ଅତିଥି ଭାବେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଭରତ ଚନ୍ଦ୍ର ଓଝା, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶଙ୍କର୍ଷଣ ଦାସ, ପ୍ରାକ୍ତନ ସରପଞ୍ଚ କରୁଣାକର ସେଠୀ ପ୍ରମୁଖ ଯୋଗ ଦେଇଥିଲେ । ମାନସ କୁମାର ଦେ ଅତିଥି ପରିଚୟ, ଶକ୍ତିଧର ଜେନା ବାର୍ଷିକ ବିବରଣୀ ପାଠ ଓ ମଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଦର୍ଶନ ଘଡେଇ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପରିଚାଳନା କମିଟିର ସଭାପତି କାଳନ୍ଦି ଦାସ, ସ୍ୱର୍ଣ୍ଣପ୍ରଭା ରଣା, ସ୍ନେହଲତା ତ୍ରିପାଠୀ, ସହଦେବ ମହାନ୍ତି, ଖୁଦିରାମ ଗିରି, କୈଳାସ ପାଳ, ମଞ୍ଜୁଲତା ବାରିକ, ଗୟାଧର ରଣା, ପ୍ରସନ୍ନ ଗିରି, ଅମ୍ବିକା ଗିରି, ପ୍ରମିଳା ଗିରି ସହାୟତା କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦୌଡ, ସଂଗୀତ, ନୃତ୍ୟ, ଦୌଡି ଡିଆଁ, ଗଣିତ ଦୌଡ, ମ୍ୟୁଜିକ୍ ଚେୟା, କୁଇଜ୍ ସମେତ ୧୦ଟି ବିଭାଗର କ୍ରୀଡା ଅନୁଷ୍ଠିତ ହୋଇଥିଲା । ସେଥିମଧ୍ୟରୁ ପଳସା ପ୍ରାଥମିକ ଓ ମଧ୍ୟ ଇଂରାଜୀ ବିଦ୍ୟାଳୟର ୫୩ ଜଣ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।


