ପଳସା ଭଜନମଣ୍ଡଳୀର ବନ୍ତ ମେଡିକାଲ ସଫେଇ
ବନ୍ତ,୨(ଯୁଗାଦ୍ଧ ନ୍ୟୁଜ୍) : ରବିବାର ବନ୍ତ ବ୍ଲକ ଛୟାଳସିଂହ ପଞ୍ଚାୟତ ପଳସାସ୍ଥିତ ଶ୍ରୀସତ୍ୟସାଇ ଭଜନମଣ୍ଡଳୀର ସଦସ୍ୟ ସଦସ୍ୟା ଓ ଭକ୍ତମାନଙ୍କ ଦ୍ୱାରା ବନ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର(ନୂତନ) ପରିସରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଭାତରୁ ଓଁକାରମ୍, ସୁପ୍ରଭାତମ୍ ଓ ନଗର ସଂକୀର୍ତ୍ତନମ୍ ପରେ ସକାଳ ପ୍ରାୟ ୬ଟା ଠାରୁ ଉକ୍ତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଡାକ୍ତରଖାନା ·ରିପଟେ ଥିବା ଆବର୍ଜ୍ଜନା ଓ ଅନାବନା ଗଛପତ୍ର ସଫା କରାଯିବା ସହ ନାଳ ନର୍ଦ୍ଦମାକୁ ସଫା କରାଯାଇ ବ୍ଲିଚିଂ ପାଉଡର ପକା ଯାଇଥିଲା । ଏଥି ସହ ଡାକ୍ତରଖାନା ଗୃହ ଏବଂ ରୋଗୀ ପ୍ରକୋଷ୍ଠଗୁଡ଼ିକରେ ମଧ୍ୟ ସଫେଇ କରା ଯାଇଥିଲା । ଭଜନମଣ୍ଡଳୀର ଆବାହକ ପ୍ରଫୁଲ୍ଲ କୁମାର ସ୍ୱାଇଁଙ୍କ ସମେତ ତ୍ରିଲୋଚନ ପଣ୍ଡା, ନିରଂଜନ ବେହେରା, ଗୋ÷ରାଙ୍ଗ ଦାସ, ନିରାକାର ଜେନା, ପ୍ରଦୀପ ସାହୁ, ଦେବ ବାଇ, ନିରୂପମା ବେଜ, ଊର୍ମିଳା ସେଠୀ, ବର୍ଷାରାଣୀ ସେଠୀ ପ୍ରମୁଖ ସଫେଇ କାର୍ଯ୍ୟ କରିଥିଲେ । ଆଗାମୀ ଦିନରେ ମୁଖ୍ୟ ରାସ୍ତା ପାଶ୍ୱର୍, ମନ୍ଦିର ଓ ଅନ୍ୟାନ୍ୟ ସ୍ଥାନ ମାନଙ୍କରେ ସଫେଇ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଆବାହକ ପ୍ରକାଶ କରିଛନ୍ତି ।


