ପଳସା ସତ୍ୟସାଇ ଭଜନମଣ୍ଡଳୀ ପକ୍ଷରୁ ରକ୍ତଦାନ ଶିବିର
ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ବନ୍ତ ବ୍ଲକ୍ ଅନ୍ତର୍ଗତ ଛୟାଳସିଂହ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ପଳସା ସ୍ଥିତ ଶ୍ରୀସତ୍ୟସାଇ ଭଜନମଣ୍ଡଳୀ ଆନୁକୂଲ୍ୟରେ ଛୟାଳସିଂହ ମଧ୍ୟ ଇଂରାଜୀ ବିଦ୍ୟାଳୟ ପରିସରରେ ରବିବାର ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଭ୍ରାମମୁହୁର୍ତ୍ତରୁ ଓଁକାରମ୍, ସୁପ୍ରଭାତମ୍ ଓ ନଗର ସଂକୀର୍ତ୍ତନମ୍ ପରେ ସକାଳ ପ୍ରାୟ ୮ଟା ଠାରୁ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟ ପରିସରରେ ପଳସା ତଥା ଆଖପାଖ ଗ୍ରାମର ସ୍ୱେଚ୍ଛାସେବୀମାନେ ୫୨ ୟୁନିଟ୍ ରକ୍ତ ଦାନ କରିଥିଲେ । ଭଦ୍ରକ ଜିଲ୍ଲା ମୁଖ୍ୟ ରକ୍ତ ଭଣ୍ଡାରର ଡାକ୍ତର ଓ କର୍ମ•ରୀମାନେ ଉକ୍ତ ରକ୍ତ ସଂଗ୍ରହ କରିଥିବା ବେଳେ ଭଦ୍ରକ ସତ୍ୟସାଇ ସଂଗଠନର ପ୍ରଭାତ ମାଝୀ ଓ ପଳସା ଭଜନମଣ୍ଡଳୀର ଆବାହକ ପ୍ରଫୁଲ୍ଲ କୁମାର ସ୍ୱାଇଁ, ସୁଶାନ୍ତ ସାହୁ ଏହାର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ନିରାକାର ଜେନା, ପ୍ରଦୀପ ସାହୁ, ଦେବ ବାଇ, ନିରଂଜନ ବେହେରା, ଗୋ÷ରାଙ୍ଗ ଦାସ, ନିରୂପମା ବେଜ, ଊର୍ମିଳା ସେଠୀ, ବର୍ଷାରାଣୀ ସେଠୀଙ୍କ ସମେତ ଭଜନମଣ୍ଡଳୀର ସଦସ୍ୟ ସଦସ୍ୟା ଓ ଭକ୍ତମାନେ ପୂର୍ଣ୍ଣ ସହଯୋଗ କରିଥିଲେ ।


