ପଳସା ସରସ୍ୱତୀ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ

ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) :ଶୁକ୍ରବାର ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ପଳସାସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି । ଭରସା ସଂଗଠନ, ଭଦ୍ରକ ଦ୍ୱାରା ପରିଚାଳିତ ଉକ୍ତ ଶିଶୁ ମନ୍ଦିରରେ କୁନି କୁନି ପିଲା ମାନେ ରାଧାକୃଷ୍ଣ ବେଶରେ ସଜ୍ଜିତ ହୋଇ ଗ୍ରାମ ପରିକ୍ରମା କରିଥିଲେ । ଏହି ଅବସରରେ ଭରସା ସଂଗଠନର ସଂଗଠକ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପରିଚାଳନା କମିଟିର ସଦସ୍ୟ ରବିନ୍ଦ୍ର କୁମାର ପୃଷ୍ଟି, ଶିକ୍ଷକ ରମେଶ ଚନ୍ଦ୍ର ପାଢୀ, ଶ୍ରୀକାନ୍ତ ସାହୁ, ରବିନ୍ଦ୍ର କୁମାର ଜେନା, ସସ୍ମିତା ସେନାପତି, ରାଧାରାଣୀ ଦାଶ, ଚିନ୍ମୟୀ ସୁଆର, ମଧୁସ୍ମିତା ନାଥ ପ୍ରମୁଖ ଯୋଗ ଦେଇ ପିଲା ମାନଙ୍କୁ ସୁପରାମର୍ଶ ଦେଇଥିଲେ । ଆୟୋଜିତ ରାଧାକୃଷ୍ଣ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ମାନଙ୍କୁ ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଛି । ଗଣିଜାଙ୍ଗ ଇଣ୍ଟରନେସନାଲ ସ୍କୁଲରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ବସନ୍ତ କୁମାର ସାମଲଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀ ମାନେ ରାଧାକୃଷ୍ଣ ବେଶରେ ସଜ୍ଜିତ ହୋଇ ପ୍ରତିଯୋଗିତାରେ ଭାଗ ନେଇଥିଲେ । ସେହିପରି ଗଣିଜାଙ୍ଗ ଜଗନ୍ନାଥ ମନ୍ଦିରରେ ଏହି ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ମନ୍ଦିର ପରିସରରେ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ