ପଳସା ସରସ୍ୱତୀ ଶିଶୁ ମନ୍ଦିରରେ ମାତୃ ସମ୍ମିଳନୀ

ବନ୍ତ,(ଯୁଗାଦ୍ଧ ନ୍ୟୁଜ୍‌) : ମଂଗଳବାର ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ପଳସାସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ହଳଧର ବାଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ମିଳନୀରେ ଗୋଷ୍ଠୀ ସାଧନ ସଂଯୋଜକ ରବି ନାରାୟଣ ପରିଡା ମୁଖ୍ୟ ଅତିଥି ଭାବେ ଦେଇ ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ରମେଶ ଚନ୍ଦ୍ର ପାଢୀ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବିଦ୍ୟାଳୟ ପରିଚାଳନାର ମୁଖ୍ୟ ତଥା ଭଦ୍ରକସ୍ଥିତ ଭରସା ସ୍ୱେଚ୍ଛାସେବୀ ସଂଗଠନର ସହ ସଂପାଦକ ସୌମ୍ୟ ରଂଜନ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା ଭାବେ ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶୁଭେନ୍ଦ୍ର କୁମାର ମିଶ୍ର, ସମ୍ମାନୀତ ଅତିଥି ଭାବେ ବ୍ଳକ ଓଷ୍ଟା ସଂପାଦକ ଶଶୀ ଶେଖର କରଶର୍ମା, ନିଳୋକ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ କୂଳପ୍ରଭା ସୁଆର, ଛୟାଳସିଂ ଅ।।ଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଭରତ ଚନ୍ଦ୍ର ଓଝା, ସରପଞ୍ଚ ଚିନ୍ତାମଣି ଘଡେଇ, ସମାଜସେବୀ କମଳାକାନ୍ତ ସାହୁ, ଅବସରପ୍ରାପ୍ତ ଶିକ୍ଷକ ଗୌରାଙ୍ଗ ଚନ୍ଦ୍ର ମହାକୁଡ, ବିଦ୍ୟାଳୟର ସଂପାଦକ ରବିନ୍ଦ୍ର କୁମାର ପୃଷ୍ଟି, ବରିଷ୍ଠ ଆଚାର୍ଯ୍ୟ ରବି ନାରାୟଣ ଜେନା ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଗୁରୁମା ଓ କୁନିକୁନି ପିଲା ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀନ ଗାନ କରାଯାଇଥିଲା । କାର୍ଯ୍ୟକ୍ରମରେ ସସ୍ମିତା ସେନାପତି, ମଧୁସ୍ମିତା ନାଥ, ରାଧାରାଣୀ ଦାସ, ଚିନ୍ମୟୀ ସୁଆର, ଶ୍ରୀକାନ୍ତ ସାହୁ, ବାସନ୍ତୀ ବାରିକ, ବିଶ୍ୱନାଥ ନାୟକ, କିଶୋର ବିଶ୍ୱାଳ, ଅନୀଲ ରାଉତ, ଜଗନ୍ନାଥ ନାଥ, କରୁଣାକର ସେଠୀ, ଜଗନ୍ନାଥ ସାହୁ, ସତ୍ୟ ରଂଜନ ସାହୁ, ଲକ୍ଷ୍ମୀପ୍ରିୟା ସେଠୀ, ଦୋଳଗୋବିନ୍ଦ ନାୟକ, ସୁରେନ୍ଦ୍ର ପଣ୍ଡା ପ୍ରମୁଖ ସହାୟତା କରିଥିଲେ । ଏଥିରେ ଛାତ୍ରଛାତ୍ରୀ ଓ ମାଆ ମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ