ପଳସା ସରସ୍ୱତୀ ଶିଶୁ ମନ୍ଦିରରେ ବାର୍ଷିକ କ୍ରୀଡା ଉଦ୍‌ଘାଟିତ

ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) :  ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ପଳସାସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରର ବାର୍ଷିକ କ୍ରୀଡା  ଶୁକ୍ରବାର ଉଦଘାଟିତ ହୋଇଯାଇଛି । ଶିକ୍ଷାବିତ୍ ହଳଧର ବାଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ କ୍ରୀଡାରେ ଭରସା ସଙ୍ଗଠନର ପରିଚାଳକ ସୌମ୍ୟ ରଞ୍ଜନ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍ସବକୁ ପ୍ରଦୀପ ପ୍ରଜ୍ଜେ୍ୱାଳନ କରି ଉଦ୍‌ଘାଟନ କରିଥିଲେ । ଏଥିରେ ବିଦ୍ୟାଳୟର ସମ୍ପାଦକ ରବିନ୍ଦ୍ର ପୃଷ୍ଟି, ପ୍ରାକ୍ତନ ସରପଞ୍ଚ କରୁଣାକର ସେଠୀ, ଅବସରପ୍ରାପ୍ତ ଶିକ୍ଷକ ଦିଗମ୍ବର ସେଠୀ, ଅନାଦି ଚରଣ ସେନାପତି, ସାମ୍ବାଦିକ ହରି ନାରାୟଣ ମହାନ୍ତି, ରମେଶ ଚନ୍ଦ୍ର ପତି, ବିଶ୍ୱନାଥ ନାୟକ, ଜଗନ୍ନାଥ ସାହୁ, ଶଶୀକାନ୍ତ ପାଲ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପାଢୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବରିଷ୍ଠ ଶିକ୍ଷକ ରବିନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟରେ ମଧୁସ୍ମିତା ନାଥ, ସସ୍ମିତା ସେନାପତି, ଚିନ୍ମୟୀ ସୁଆର, ରାଧାରାଣୀ ଦାସ, ବାସନ୍ତୀ ବାରିକ, ଶ୍ରୀକାନ୍ତ ସାହୁ, ସୁରେନ୍ଦ୍ର ପଣ୍ଡା, ପରମାନନ୍ଦ ବେଜ, ଅକ୍ଷୟ କୁମାର ଘଡେଇ ସହଯୋଗ କରିଥିଲେ । ଏହି ଅବସରରେ ୬୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାଧାରଣଜ୍ଞାନ, ମ୍ୟୁଜିକ୍ ଚେୟାର, ସଙ୍ଗୀତ, ନୃତ୍ୟ, ଗଣିତ, ୧୦୦ ମି.ଦୌଡ, ବେଙ୍ଗ ଡିଆଁ ଆଦି ୧୦ଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ