ପଳସିଂହା ପଂଚାୟତ ଅଫିସ ଗୃହ ମରାମତି କାର୍ଯ୍ୟ ସଂପାଦନ ପାଇଁ ଜିଲ୍ଲାପାଳଙ୍କୁ ନିବେଦନ

କେନ୍ଦ୍ରାପଡା – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପଳସିଂହା ଗ୍ରାମ ପଂଚାୟତର ଅଧିବାସୀମାନେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ ସେହି ପଂଚାୟତଟି ଚନ୍ଦନପୁର ପଂଚାୟତରୁ ଅଲଗା ହୋଇ ଗତ ୧୯୮୩ମସିହା ଅକ୍ଟୋବରମାସ ୧୪ତାରିଖରେ ସରକାରଙ୍କ ବିଜ୍ଞପ୍ତି ନମ୍ବର ୧୮୦୧୮ରେ ନୂତନ ପଂଚାୟତ ଭାବେ ଗଠନ ହୋଇଥିଲା । ପ୍ରଥମେ କିଛିଦିନ ପଂଚାୟତ କାର୍ଯ୍ୟାଳୟ ବିଭିନ୍ନ ଅସ୍ଥାଇ ଗୃହରେ ଚାଲିବା ପରେ ତଦନାନ୍ତୀନ ସରପଂଚ,ସମ୍ପାଦକ ଓ ୱାର୍ଡ ସଭ୍ୟମାନଙ୍କ ଅନୁରୋଧ କ୍ରମେ ଗ୍ରାମର କୃଷ୍ଣ ଦାଶଙ୍କ ପୁଅ ବିପିନ ବିହାରୀ ଦାଶ, କୁଳମଣି ଓରଫ କିଶୋର ଚନ୍ଦ୍ର ଦାଶଙ୍କ ପୁଅ ବିଷ୍ଣୁ ଚରଣ ଦାଶ ମାଲିକ ସତ୍ୱବାନ ଓ ଦଖଲକାର ଥାଇ ପଳସିଂହା ମୈାଜାର ଖାତା ନମ୍ବର ୧୬୫ର ପ୍ଲଟ ନମ୍ବର ୨୮୧୬ ଏ୦.୦୬ଡିସିମିଲ ଓ ପ୍ଲଟ ନମ୍ବର ୨୮୧୭ରେ ଏ୦.୧୨ଡିସିମିଲ ମୋଟ ୨ଟି ପ୍ଲଟର ଏ୦.୧୮ ଡିସିମିଲ ମଧ୍ୟରୁ ୨ଟି ପ୍ଲଟରୁ ୧୦ ଡିସିମିଲ ଜମିକୁ ପଳସିଂହା ପଂଚାୟତର ସରପଂଚଙ୍କ ନାମରେ ପଂଚାୟତର ଗୃହ ନିର୍ମାଣ ନିମନ୍ତେ ଗତ ତା ୭.୦୨.୧୯୮୭ମସିହାରେ ରେଜେଷ୍ଟ୍ରୀ ଦତପତ୍ର ସମ୍ପାଦନ କରିବା ପରେ ତତକାଳିନ ଉପଖଣ୍ଡ ଅଧିକାରୀ(ଏସଡିଓ) ପଳସିଂହା ପଂଚାୟତ ଗୃହ ନିର୍ମାଣ ନିମନ୍ତେ ସେହି ପ୍ଲଟ ଉପରେ ଭୂମିପୁଜା ସମ୍ପାଦନ କରିଥିଲେ । ୧୯୮୯/୯୦ ଆର୍ଥିକ ବର୍ଷରେ ସରପଂଚ ସୂର୍ଗତ ପ୍ରହଲ୍ଲାଦ ଚରନ ଦାଶଙ୍କ ସମୟରେ ପଚାଷ ହଜାର ଟଙ୍କା ବ୍ୟୟ ଅଟକଳରେ ସେହି ପ୍ଲଟ ଉପରେ ପ୍ରଥମେ ପଂଚାୟତ କାର୍ଯ୍ୟାଳୟ ଗୃହ ନିର୍ମାଣ କରାଯାଇଥିଲା ଯେଉଁ ଗୃହରେ କି ଅଫିସ କାର୍ଯ୍ୟ ଅଦ୍ୟାବଧି ଚାଲିଆସୁଅଛି । ସେହି କାର୍ଯ୍ୟାଳୟକୁ ବିଭିନ୍ନ ସମୟରେ ପ୍ରଶାସନିକ ଅଧିକାରୀ ଯଥା ଉପଜିଲ୍ଲାପାଳ,ଜିଲ୍ଲାପାଳ,ବିଡିଓ ଏବଂ ଜିଲ୍ଲା ପଂଚାୟତ ଅଧିକାରୀମାନେ ବିଭିନ୍ନ ସମୟରେ ପରିଦର୍ଶନରେ ଆସି ବିଭିନ୍ନ ସରକାରୀ କାର୍ଯ୍ୟ କରିଛନ୍ତି । ୧୯୯୯ ମସିହା ମହାବାତ୍ୟା ପରବର୍ତ୍ତୀ ସମୟରେ କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ତହସିଲଦାର ସେହି ପଂଚାୟତ ଅଫିସ ଗୃହରେ ରିଲିଫ ବାବଦ ଆର୍ଥିକ ସହାୟତା,ପାଲ,କମ୍ବଳ,ଲୁଗା ପ୍ରଭୃତି ଜନସାଧାରଣଙ୍କୁ ବଂଟନ କରିଛନ୍ତି । ପଂଚାୟତ କାର୍ଯ୍ୟାଳୟର ସ୍ଥିତି ସମ୍ପର୍କରେ କୈାଣସି ସରକାରୀ ଅଧିକାରୀ କିମ୍ବା ସାଧାରଣ ଲୋକ କେହିବି କେବେ ଆପତି ,ଅଭିଯୋଗ ଉଠାଇ ନାହାନ୍ତି । ଏହା ମଧ୍ୟରେ ୭ଜଣ ସରପଂଚ ସେମାନଙ୍କ କାର୍ଯ୍ୟକାଲ ସମ୍ପନ୍ନ କରି ଯାଇଥିବା ବେଳେ ସେମାନେ ମଧ୍ୟ ପଂଚାୟତ କାର୍ଯ୍ୟାଳୟ ବିଭିନ୍ନ ସମୟରେ ସରକାରୀ ଅର୍ଥରେ ମରାମତି କରିଛନ୍ତି । ହାଲରେ ସେହି ଜମି ଖାତା ନମ୍ବର ୬୩୧ ଓ ପ୍ଲଟ ନମ୍ବର ୧୨୨୮ ହୋଇଅଛି । ସେହି ପ୍ଲଟ ଉପରେ ବର୍ତ୍ତମାନ ଏକ ସଭା ଗୃହ, ଏକ ଅଫିସ ଗୃହ ସମେତ ସଂଲଗ୍ନ ବାରଣ୍ଡା ବିଦ୍ୟମାନ ଥାଇ ପଂଚାୟତ ଅଫିସ କାର୍ଯ୍ୟ ସମ୍ପାଦନ ହୋଇ ଆସୁଅଛି । ସେହି ସମ୍ପତି ପଂଚାୟତରାଜ ବିଭାଗ ଅଧିନ ପଳସିଂହା ପଂଚାୟତ ସରପଂଚଙ୍କ ଦଖଲରେ ଦୀର୍ଘ ୩୨ ବର୍ଷରୁ ଉଦ୍ଧ୍ୱର୍ ହେବ ରହିଆସିଛି । ପଂଚାୟତବାସୀମାନେ ନିଜ ନିଜ ମଧ୍ୟରେ ଚାନ୍ଦା ଆଦାୟକରି ସରକାରଙ୍କୁ ଦତ୍ତପତ୍ର ବଳରେ ଜମି ପ୍ରଦାନକରି ପଂଚାୟତ ଅଫିସ କରାଇଥିଲେ । ଦତ୍ତପତ୍ରକାରୀ ଓ ଦତ୍ତପତ୍ର କରାଇଥିବା ବ୍ୟକ୍ତି ଏବେବି ବଂଚିତ ଥିବାରୁ ସେମାନଙ୍କ ମତାମତ ନିଆଯାଉ । ସେହିଜମିର କିଷମ ୧୯୮୭ମସିହାରେ ଗଡିଆ ଥିଲା କିନ୍ତୁ ତାଉପରେ ଗୃହ ନିର୍ମାଣ ସେହିବର୍ଷ ହେବା ପରେ ସଂପୃକ୍ତ ବିଭାଗ କିଷମ ପରିବର୍ତ୍ତନ କରିବା କଥା ଯାହାକି ଅଦ୍ୟାବଧି କରାଯାଇନାହିଁ । ତେଣୁ ସଂପୃକ୍ତ ବିଭାଗ ଦ୍ୱାରା କିଷମ ପରିବର୍ତ୍ତନ କରାଯିବାକୁ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି । ଦତ୍ତପତ୍ର ସଂପାଦନ ସମୟରେ ଅଭିଯୋଗକାରୀ ଶ୍ରୀକାନ୍ତ ଦାଶ ନାବାଳକ ଥିଲେ । ଏବେ ତାଙ୍କ ବାପା ଏଥିନିମନ୍ତେ ତାଙ୍କୁ କୈାଣସି କ୍ଷମତାପତ୍ର ପ୍ରଦାନ କରିଛନ୍ତି କି? ପୂର୍ବରୁ ସେ କେଭେବି କୈାଣସି ଅଭିଯୋଗ କରିନଥିବା ବେଳେ ଏବେ ଉଦେଶ୍ୟମୂଳକ ଭାବେ ମିଥ୍ୟା ଅଭିଯୋଗ କରି ପଂଚାୟତ ଅଫିସ ଗୃହ ମରାମତି କାର୍ଯ୍ୟରେ ବାଧା ଉପୁଜାଇବାକୁ ଚେଷ୍ଟା ଚଳାଇଛନ୍ତି । ଏଣୁ ଏ ସମ୍ପର୍କରେ ସରଜମିନ ତଦନ୍ତ କରାଯାଇ ରେକର୍ଡ ପତ୍ର ତନଖି ସହିତ ଜନସାଧାରଣଙ୍କ ଠାରୁ ମତାମତ ନିଆଯାଇ ପଂଚାୟତବାସୀମାନଙ୍କ ଦୀର୍ଘ ଲହୁଲୁହ ଭରା କଷ୍ଟସାଧ୍ୟ ଅନୁଷ୍ଠାନଟିକୁ ସୁରକ୍ଷା ପ୍ରଦାନ ପୂର୍ବକ ସର୍ବ ସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ପଂଚାୟତ ଗୃହ ମରାମତି କାର୍ଯ୍ୟ ସମ୍ପାଦନ କରିବାକୁ ସୁଯୋଗ ପ୍ରଦାନ କରାଯିବାକୁ ପଂଚାୟତବାସୀଙ୍କ ପକ୍ଷରୁ ଭଗବାନ ଜେନା,ନିତ୍ୟାନନ୍ଦ ବିଶ୍ୱାଳ,ଶରତ ଚନ୍ଦ୍ର ବିଶ୍ୱଳ,ଭିକାରୀ ପରିଡା,ଅକ୍ଷୟ କୁମାର ରାଉତ,ପୂର୍ଣ୍ଣଚନ୍ଦ୍ର ଦାସ,ସନ୍ତୋଷ ମହାନ୍ତି,ତାପସ ଦାସ,ବିଷ୍ଣୁଚରଣ ଦାସ,ପ୍ରଶାନ୍ତ ପରିଡା,ଗୋପିନାଥ ମଳିକ,ରମେଶ ମହାରଣା,ପରିକ୍ଷୀତ ଜେନା, ଭୀମସେନ ଦାସ,ଶୁକଦେବ ରାଉତ,ଗୟାଧର ବିଶ୍ୱାଳ,ଦୈତାରୀ ମହାନ୍ତି,ନାରାୟଣ ଦାସ ପ୍ରମୁଖ ଶତାଧିକ ଲୋକ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ନିବେଦନ କରିଥିଲେ । ଜିଲ୍ଲାପାଳ ଏ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେମାନଙ୍କୁ ପ୍ରତିଶୃତି ଦେଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ