ପଳସିଂହା ପଞ୍ଚାୟତରେ ପଞ୍ଚାୟତ ଭବନ ଉଦଘାଟିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପଳସିଂହା ପଞ୍ଚାୟତରେ ଗ୍ରାମପଞ୍ଚାୟତ ଭବନ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ସରପଞ୍ଚ କାଦମ୍ବିନୀ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବ ନିର୍ମିତ ଗ୍ରାମପଞ୍ଚାୟତ ଭବନକୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନାଏବ ସରପଞ୍ଚ ବିପିନ କୁମାର ପରିଡା, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ନିତ୍ୟାନନ୍ଦ ବିଶ୍ୱାଳ ପ୍ରମୁଖ ଯୋଗଦେଇ ପଞ୍ଚାୟତ ଭବନକୁ ଉଦଘାଟନ କରିବା ସହ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଜାରି ରହିଥିବା ମତବ୍ୟକ୍ତ କରିଥିଲେ । ଏହି ଅବସରରେ ପଞ୍ଚାୟତର ବରିଷ୍ଠ ନାଗରିକ ଭଗବାନ ଜେନା, ଶରତ ଚନ୍ଦ୍ର ଭଳ, ଧ୍ରୁବ ଚରଣ ଦାସ, ଗୟାଧର ବରାଳ, ଅବଧୂତ ମଳିକ, ଗଗନ ମଳିକ, ନିତ୍ୟାନନ୍ଦ ରାଉଳ, ବିଷ୍ଣୁ ଚରଣ ଦାସ ପ୍ରମୁଖଙ୍କୁ ଉପଢୈାକନ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ପଦ୍ମନାଭ ଦାସ ଓ ଯୁବନେତା ଅଜିତ କୁମାର ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


