ପଶା ଓ କଉଡି ଖେଳ
ସୁଧ ସୁନା ମଣ୍ଡପ ସଜ ହେ ଜଗଦୀଶ ॥ ଘୋଷା॥
ଚନ୍ଦନ କୋଠି ବାସ ମହକେ ଚଉପାସ,
ପଶା ଖେଳିବେ ରାଇଈଶ..ହେ ଜଗଦୀଶ ॥
ଦାମୋଦର ଭାଷନ୍ତି ରାଇ ମନେ ହସନ୍ତି
ଦ୍ୟୁତ କ୍ରିଡାରେ ସର୍ବନାସ..ହେ ଜଗଦୀଶ ॥
ବୁଝି ଅବୁଝା ହେଲେ ଈଶ ପଶା ଖେଳିଲେ
ହାରିଲେ ମୁକୁଟ ସର୍ବସ୍ବ..ହେ ଜଗଦୀଶ ॥
ଦ୍ବିତୀୟ ପାଲି ହାରି କୁଣ୍ଡଳ ବନ୍ଧାକରି
ମନେ କୁହୁଳେ ଅସନ୍ତୋଷ..ହେ ଜଗଦୀଶ ॥
ତୃତୀୟ ମୁଠି ହାରି ହାର ଶରୀରୁ କାଢି
ରାଇ ହାତେ ଦେଇ ବିରସ…ହେ ଜଗଦୀଶ ॥
ଅବୁଝା ମନ ବୋଝ ଚତୁର୍ଥ ବାରି ବୋଝ
ଫେଟା ବନ୍ଧକ ରାଇ ପାଶ…ହେ ଜଗଦୀଶ ॥
ପଞ୍ଚମ ପଷ୍ଠ ବାରି ଖେଳି ହାରନ୍ତି ହରି
ମୁଦି ପାଦୁକା ଦେଇ ନିସ୍ବ… ହେ ଜଗଦୀଶ ॥
ଧନରତ୍ନ ସରିଲା ମନଟା ନ ବୁଝିଲା
ସପ୍ତମ ପାଲି ସର୍ବନାଶ…ହେ ଜଗଦୀଶ ॥
ରହି ନିସ୍ବ ବେଶରେ ବନ୍ଧା ରାଇ ପାଶରେ
ମାନ ମହତ ଗଲା ନାଶ… ହେ ଜଗଦୀଶ ॥
ଗଦାଧର ସାହୁ,ବ୍ରହ୍ମଗିରି,ପୁରୀ