ପଶୁସମ୍ପଦ ଗଣନା ଫଳାଫଳ ପ୍ରକାଶିତ
ମତ୍ସ୍ୟ, ପଶୁ ପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ଅଧୀନ ପଶୁ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ ବିଭାଗ ପକ୍ଷରୁ ଆଜି ବିଂଶତମ ପଶୁସମ୍ପଦ ଗଣନା ଫଳାଫଳ ପ୍ରକାଶ ପାଇଛି । ଏହି ଗଣନାର ଫଳାଫଳ କେବଳ ନୀତି ନିର୍ଦ୍ଧାରକଙ୍କ ପାଇଁ ନୁହେଁ ବରଂ କୃଷିବିତ, ବ୍ୟବସାୟୀ, ଉଦ୍ୟୋଗୀ, ଦୁଗ୍ଧ ଉତ୍ପାଦନ ଉଦ୍ୟୋଗ ତଥା ବ୍ୟାପକ ଭାବେ ଜନସାଧାରଣଙ୍କୁ ଲାଭାନ୍ୱିତ କରିବ । ଏହି ଗଣନାରେ କେତେକ ପଶୁସମ୍ପଦ ହାରାହାରୀ ସଂଖ୍ୟା ସହିତ ପୂର୍ବ ଗଣନା ସହିତ ତୁଳନାତ୍ମକ ତଥ୍ୟ ପ୍ରକାଶ ପାଇଛି ।
ବିଂଶତମ ପଶୁସମ୍ପଦ ପଶୁ ଗଣନାର ପ୍ରମୁଖ ଫଳାଫଳ ନିମ୍ନରେ ଦିଆଗଲା :
-ଦେଶରେ ମୋଟ ପଶୁସମ୍ପଦ ପଶୁଙ୍କ ସଂଖ୍ୟା ୫୩ କୋଟି ୫୭ ଲକ୍ଷ ୮୦ ହଜାରରେ ପହଁଚିଛି ଏହା ୨୦୧୨ ପଶୁସମ୍ପଦ ପଶୁଙ୍କ ସଂଖ୍ୟା ତୁଳନାରେ ୪.୬% ଅଧିକ ।
– ମୋଟ ଗୋ ମହିଁଷାଦି (ଗୋରୁ, ମଇଁଷି, ଗୟଳ, ଚମରି ଗାଈ ) ସଂଖ୍ୟା ୨୦୧୯ରେ ୩୦ କୋଟି ୨୭ ଲକ୍ଷ ୯ ହଜାରରେ ପହଁଚିଛି ଯାହା ପୂର୍ବ ଗଣନା ତୁଳନାରେ ୧% ଅଧିକ ।
– ୨୦୧୯ରେ ଦେଶରେ ମୋଟ ଗୋରୁଙ୍କ ସଂଖ୍ୟା ୧୯ କୋଟି ୨୪ ଲକ୍ଷ ୯୦ ହଜାରରେ ପହଁଚିଛି । ଏଥିରେ ପୂର୍ବ ଗଣନା ତୁଳନାରେ ୦.୮% ବୃଦ୍ଧି ଦେଖିବାକୁ ମିଳିଛି ।
– ଦେଶରେ ମୋଟ ଗାଇ ସଂଖ୍ୟା ପୂର୍ବ ଗଣନା ତୁଳନାରେ ୧୮.୦% ବୃଦ୍ଧି ପାଇ ୧୪ କୋଟି ୫୧ ଲକ୍ଷ ୨୦ ହଜାରରେ ପହଁଚିଛି ।
-ବିଦେଶୀ କ୍ରସବ୍ରିଡ ଏବଂ ସ୍ୱଦେଶୀ ଅଣବିବରଣୀ ଗୋରୁଙ୍କ ସଂଖ୍ୟା ଦେଶରେ ଯଥାକ୍ରମେ ୫ କୋଟି ୪୨ ହଜାର ଓ ୧୪ କୋଟି ୨୧ ଲକ୍ଷ ୧ହଜାରରେ ପହଁଚିଛି ।
-ସ୍ୱଦେଶୀ ଅଣବିବରଣୀ ଗାଈଙ୍କ ସଂଖ୍ୟା ୨୦୧୯ରେ ପୂର୍ବ ଗଣନା ତୁଳନାରେ ୧୦% ବୃଦ୍ଧି ପାଇଛି । ମୋଟ ବିଦେଶୀ କ୍ରସ ବ୍ରିଡ ଗୋରୁଙ୍କ ସଂଖ୍ୟା ପୂର୍ବ ଗଣନା ତୁଳନାରେ ୨୦୧୯ରେ ୨୬.୯% ବଢ଼ିଛି ।
– ଗୋରୁ ସଂଖ୍ୟାରେ ହ୍ରାସ ପରିମାଣ ୨୦୦୭ରୁ ୨୦୧୨ ସଂଖ୍ୟା ତୁଳନାରେ କମ ରହିଛି । ଯାହାକି ପୂର୍ବ ଗଣନା ସମୟରେ ପ୍ରାୟ ୯% ଥିଲା ।
-ଦେଶରେ ମୋଟ ମଈଁଷି ସଂଖ୍ୟା ୧୦ କୋଟି ୯୮ ଲକ୍ଷ ୫ହଜାରକୁ ବୃଦ୍ଧି ପାଇଛି ଯାହାକି ପୂର୍ବ ଗଣନା ତୁଳନାରେ ୧.୦% ଅଧିକ ।
-ଉଭୟ ଦୁଗ୍ଧଧାରୀ ଓ ଅଣଦୁଗ୍ଧଧାରୀ ଗୋରୁ ଓ ମଈଁଷି ସଂଖ୍ୟା ପୂର୍ବ ଗଣନା ତୁଳନାରେ ୬.୦% ବୃଦ୍ଧି ପାଇ ୧୨ କୋଟି ୫୩ ଲକ୍ଷ ୪୦ ହଜାରରେ ପହଁଚିଛି ।
– ସେହିପରି ଦେଶରେ ମେଣ୍ଢାଙ୍କ ସଂଖ୍ୟା ଗତ ଗଣନା ତୁଳନାରେ ୧୪.୧% ବୃଦ୍ଧି ପାଇ ୭ କୋଟି ୪୨ ଲକ୍ଷ ୬ ହଜାରରେ ପହଁଚିଛି ।
-ଦେଶରେ ମୋଟ ଘୁଷୁରି ସଂଖ୍ୟା ୯ କୋଟି ୬ ହଜାରରେ ପହଁଚିଛି, ଯାହାକି ପୂର୍ବ ଗଣନା ତୁଳନାରେ ୧୨.୦୩ % ଅଧିକ ।
-୨୦୧୯ରେ ମୋଟ କୁକ୍କୁଟ ସଂଖ୍ୟା ୮୫ କୋଟି ୧ ଲକ୍ଷ ୮୧ ହଜାରରେ ପହଁଚିଛି ଯାହାକି ପୂର୍ବ ଗଣନା ତୁଳନାରେ ମୋଟ କୁକ୍କୁଟ ସଂଖ୍ୟାରେ ୧୬.୮% ବୃଦ୍ଧି ପାଇଛି ।
– ୧୯୧୯-୨୦ ପରଠାରୁ ନିୟମିତ ଭାବେ ପଶୁସମ୍ପଦ ଗଣନା କରାଯାଉଛି ।