ପଶ୍ଚିମବଙ୍ଗରେ ଦଳାଚକଟା, ୬ ମୃତ

(ଯୁଗାବ୍ଦ ନ୍ୟୁଜ): ପଶ୍ଚିମବଙ୍ଗର ଉତ୍ତର ଚବିଶ ପ୍ରଗଣା ଜିଲ୍ଲାରେ ଘଟିଯାଇଛି ଏକ ଦୁଃଖଦ ଘଟଣା । ଆଜି ସକାଳୁ ହଜାର ହଜାର ଭକ୍ତ କାଚୁଆ ଲୋକନାଥ ମନ୍ଦିରରେ ପୁଜାର୍ଚ୍ଚନା କରୁଥିବାବେଳେ ଦଳାଚକଟାହେବାରୁ ୬ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ରୁ ଉର୍ଦ୍ଧ ଆହାତ ହୋଇଛନ୍ତି । ସୁଚନାନୁସାରେ, ଆଜି ସକାଳୁ ମନ୍ଦିରକୁ ଯିବାପାଇଁ ହଜାର ହଜାର ଶ୍ରଦ୍ଧାଳୁ ଭିଡ ଜମାଇଥିଲେ । କିନ୍ତୁ ଏହି ସମୟରେ ହଠାତ ପ୍ରବଳ ବର୍ଷା ହେବାରି ଲୋକମାନେ ନିକଟରେ ତିଆରି ହୋଇଥିବା ଦୋକାନରେ ଆଶ୍ରୟ ନେଇଥିଲେ । କିନ୍ତୁ ହଠାତ ଦୋକାନଟି ଭୁଷୁଡିଯିବାରୁ ଲୋକମାନେ ଏଣେତେଣେ ଦୌଡିବାରୁ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଦଳାଚକଟାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରବର୍ଗଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହାତଙ୍କୁ ଲକ୍ଷେ ଟଙ୍କା ଓ ୫ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ