ପଶ୍ଚିମବଙ୍ଗରେ ପୁଣି ନିର୍ବାଚନୀ ହିଂସା, ପୁଲିସ୍ର ଲାଠିଚାର୍ଜ ବାବୁଲ ସୁପ୍ରିୟୋଙ୍କ ଉପରେ ଆକ୍ରମଣ

ପଶ୍ଚିମବଙ୍ଗ(ଏଜେନ୍ସି): ପଶ୍ଚିମବଙ୍ଗରେ ସୋମବାର ସକାଳ ୭ଟାରେ ମତଦାନ ଆରମ୍ଭ ହେବାର କିଛି ସମୟ ପରେ ଆସାନସଲରେ ନିର୍ବାଚନୀ ହିଂସା ଦେଖାଦେଇଛି । ଆସୋନସଲ ଲୋକସଭା ଆସନ ଅନ୍ତର୍ଗତ ଜେମୁଆ ମତଦାନ କେନ୍ଦ୍ର ବାହାରେ ବିଜେପି ଏବଂ ତୃଣମୂଳ କଂଗ୍ରେସ ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ଏହି ସମୟରେ କିଛି ଲୋକେ ବିଜେପି ପ୍ରାର୍ଥୀ ବାବୁଲ ସୁପ୍ରିୟୋଙ୍କ ଉପରେ ଆକ୍ରମଣ କରିଥିଲେ । ତେବେ ଏହି ଗଣ୍ଡଗୋଳ କ୍ରମେ ହିଂସାତ୍ମକ ରୂପ ନେବାରୁ ପୁଲିସକୁ ଲାଠିଚାର୍ଜ କରିବାକୁ ପଡିଥିଲା । ପ୍ରାପ୍ତ ସୂଚନାନୁସାରେ ଆସୋନସଲ ଆସନରୁ ବିଜେପି ସାଂସଦ ବାବୁଲ ସୁପ୍ରିୟୋ ଏବଂ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଭାବେ ଅଭିନେତ୍ରୀ ମୁନମୁନ ସେନ୍ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ବାବୁଲ ସୁପ୍ରିୟୋ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଗାଡି ଉପରେ ଅ ।କ୍ରମଣ କରାଯାଇଛି ଏବଂ ଭଙ୍ଗାରୁଜା ମଧ୍ୟ ହୋଇଛି । ସେ ଟିଏମ୍ସି କର୍ମକର୍ତ୍ତାଙ୍କ ଉପରେ ଅଭିଯୋଗ ଆଣି କହିଛନ୍ତି, ସେ ସକାଳୁ ବିଭିନ୍ନ ମତଦାନ କେନ୍ଦ୍ର ପରିଦର୍ଶନ କରୁଥିଲେ । କିନ୍ତୁ ଜେମୁଆ ମତଦାନ କେନ୍ଦ୍ର ବାହାରେ ତାଙ୍କ ଗାଡି ଉପରେ ଆକ୍ରମଣ ହୋଇଥିଲା । ତେବେ ଏହି ଘଟଣା ପଛରେ ସେ ଶାସକ ଦଳ ତୃଣମୂଳ କଂଗ୍ରେସ କର୍ମୀଙ୍କ ହାତ ଥିବା ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ