ପଶ୍ଚିମବଙ୍ଗରେ ଭାରତୀୟ ମଂଜୁର ସଂଘର ରାଷ୍ଟ୍ରୀୟ ସଂଗଠନ ସଂପାଦକଙ୍କୁ ମରଣାତ୍ମକ ଆକ୍ରମଣ ରେ ବିଏମଏସ ତରଫରୁ ବିକ୍ଷୋଭ ଓ ମମତାଙ୍କ କୁଶପୁତ୍ତଳିକା ଦାହ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):  ଆସାମ,ଓଡ଼ିଶା ପଶ୍ଚିମବଙ୍ଗର ଭାରତୀୟ ମଂଜୁର ସଂଗଠନ ପ୍ରଭାରୀ ତଥା ରାଷ୍ଟ୍ରୀୟ ସଂପାଦକ ଗଣେଶ ମିଶ୍ର ଏବଂ ତାଙ୍କର ସହଯୋଗୀଙ୍କୁ ଗତମାସ ୨୮ ତାରିଖରେ ପଶ୍ମବଙ୍ଗର ମେଦିନୀପୁର ଜିଲ୍ଲା ନନ୍ଦୀ ଗ୍ରାମରେ କେନ୍ଦ୍ର ସରକାରଙ୍କ ନୂତନ ଶ୍ରମନୀତିବିରୋଧରେ ପ୍ରତିବାଦ ସଭା କରୁଥିବା ବେଳେ ତୃଣମୂଳ କଂଗ୍ରେସର ଗୁଣ୍ଡାଙ୍କ ଦ୍ବାରା ମରଣାତ୍ମକ ଆକ୍ରମଣ କରାଯାଇଥିଲା । ମମତା ସରକାରଙ୍କ ପାଶୀବାଦୀନୀତି , ଗୁଣ୍ଡା ରାଜ ଓ ଗଣତନ୍ତ୍ରକୁ ହତ୍ୟା କରିବା ବିରୋଧରେ ଭାରତୀୟ ମଂଜୁର ସଂଘ, ରାଇରଙ୍ଗପୁର ଶାଖା ତରଫରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଏକ ବିକ୍ଷୋଭ କରାଯିବା ସହ ମମତା ଦିଦିଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ମମତା ସରକାରଙ୍କୁ ସଂଗଠନ ତରଫରୁ ତିବ୍ର ଭର୍ତ୍ସନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଏମଏସର ଜିଲ୍ଲା ସଭାପତି ନିଗମାନନ୍ଦ ପଟ୍ଟନାୟକ, ସଂପାଦକ- ବୋଧିରଂଜନ ମହାନ୍ତ,ବ୍ଲକ ସଭାପତି ବିଭୁଦେନ୍ଦ୍ର ଲେଙ୍କା, ଉପସଭାପତି ମନୋଜ ସେଠୀ,କୌଶିକ କାଶ୍ୟପ ମହାନ୍ତି,ତରଫରୁ ପଣ୍ଡା,ପ୍ରମୋଦ ପାଲ ଏବଂ ଅନ୍ୟାନ୍ୟ ସଦସ୍ୟ ସାମିଲ ହୋଇଥିଲେ ।ପରେ ଉପଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ