ପଶ୍ଚିମବଙ୍ଗରେ ହେଉଥିବା ହିଂସାକୁ ବିରୋଦ୍ଧ କଲେ ଧର୍ମେନ୍ଦ୍ର
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ): ନାଗରିକ ସଂଶୋଧନ ବିଲ ଆଇନରେ ପରିଣତ ହେବା ପରେ ଏବେ ଏହି ବିଲକୁ ନେଇ ଚାରିଆଡି ଦେଖିବାକୁ ମିଳୁଛି ଆକ୍ସନ ଏବଂ ରିଆକ୍ସନ । ଆସାମ ସମେତ ପଶ୍ଚିମବଙ୍ଗରେ ଆନ୍ଦୋଳନ ତୀବ୍ରତର ହେଉଥିବାବାଳେ ଆନ୍ଦୋଳନକାରୀମାନେ ଜାତୀୟ ସମ୍ପତି ଗୁଡିକୁ ନଷ୍ଟ କରିବାକୁ ମଧ୍ୟ ପଛାଉନାହାନ୍ତି । ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକତାଶ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ନିଜ ଟ୍ୱିଟର ପେଜରେ ଏହା ସମ୍ପୁର୍ଣ୍ଣ ଅଗଣତାନ୍ତ୍ରିକ ବୋଲି ଲେଖିଛନ୍ତି । ଏହା ସହ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଙ୍କ ଇସାରାରେ ଏହିପରି ବର୍ବରତା ଚାଲିଛି ବୋଲି ସେ ଟ୍ୱିଟରରେ ଲେଖିଛନ୍ତି ।