ପଶ୍ଚିମବଙ୍ଗର ଟ୍ରକ ଜବତ, ସେଥିରେ ଫେରୁଥିଲେ ୨୬ ପ୍ରବାସୀ

ବୁଗୁଡା,(ଅନିଲ କୁମାର ମହାରଣା): ପଶ୍ଚିମବଙ୍ଗର ରେଜିଷ୍ଟ୍ରେସନ ନଂ ୧୧ ଡି ୩୭୪୭ ଟ୍ରକ ପ୍ରବାସୀ ଓଡ଼ିଆଙ୍କୁ ନେଇ ଗଞ୍ଜାମ ଜିଲ୍ଲାରେ ପ୍ରବେଶ କରିଥିବା ବେଳେ ବାଲିପଦର ଠାରେ ବୁଗୁଡା ବିଡ଼ିଓ ତନ୍ନୟ ପାତ୍ର , ଆଇଆଇସି ଚିତ୍ତରଞ୍ଜନ ବେହେରା ଓ ବାଲିପଦର ଫାଣ୍ଡି ଅଧିକାରୀ ଟ୍ରକକୁ ଜବତ କରି ସେହି ଟ୍ରକରେ ଥିବା ୨୬ ଜଣ ପ୍ରବାସୀ ଓଡ଼ିଆଙ୍କୁ ଉଦ୍ଧାର କରି ବାଲିପଦର ସ୍କୁଲ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖିଥିବା ଜଣା ପଡିଛି। ଏହି ଟ୍ରକଟି ନୟାଗଡ଼ ଦିଗରୁ ବୁଗୁଡା ଦିଗକୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଯାଉଥିବା ବେଳେ ବୁଗୁଡା ବ୍ଲକର ବିରଞ୍ଚିପୁର ଠାରେ ବିଡ଼ିଓ ଟ୍ରକଟିକୁ ଅଟକିବା ପାଇଁ ସଂକେତ ଦେଇଥିଲେ ମଧ୍ୟ ଟ୍ରକ ଡ୍ରାଇଭର ଟ୍ରକ ନରଖି ଦ୍ରୁତ ଗତିରେ ଚାଲିଯାଇଥିଲା। ବିଡ଼ିଓ ତନ୍ମୟ ପାତ୍ର ବୁଗୁଡା ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କୁ ଖବର ଦେଇଥିବା ବେଳେ ଆଇଆଇସି ବାଲିପଦର ଫାଣ୍ଡି ଅଧିକାରୀ ଭଗବାନ ପୂଜାରୀଙ୍କୁ ଖବର ଦେଇ ବିଡ଼ିଓ ଓ ଆଇଆଇସି ଟ୍ରକର ପିଛାକରି ବାଲିପଦରରେ ଟ୍ରକକୁ ଜବତ କରିବା ସହ ଟ୍ରକରେ ଥିବା ୨୬ ଜଣ ପ୍ରବାସୀ ଓଡ଼ିଆଙ୍କୁ ବାଲିପଦର ସ୍କୁଲ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖି ଡ୍ରାଇଭରକୁ ଅଟକ ରଖାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ