ପଶ୍ଚିମବଙ୍ଗ ବିକାଶରେ ବାଧକ ସାଜିଛନ୍ତ ମମତା: ମୋଦି

ଏନଡିଏ ସରକାର ଦେଶର ଗରିବଙ୍କ ପାଇଁ ଆୟୁଷ୍ମାନ ଭାରତ ଯୋଜନା କାର‌୍ୟ୍ୟକାରୀ କରିଛନ୍ତି। କିନ୍ତୁ ପଶ୍ଚିମବଙ୍ଗ ସରକାର ନିଜ ରାଜ୍ୟବାସୀଙ୍କୁ ଏହାର ଫାଇଦାରୁ ବଞ୍ଚିତ କରିଛନ୍ତି। ଫଳରେ ରାଜ୍ୟର ୭୦ ଲକ୍ଷ ଗରିବ ପରିବାର ଆୟୁଷ୍ମାନ ଯୋଜନାର ସୁଫଳ ପାଇପାରୁ ନାହାନ୍ତି। ମମତା ପଶ୍ଚିମବଙ୍ଗର ବିକାଶରେ ବାଧକ ସାଜିଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବୁଧବାର ପଶ୍ଚିମବଙ୍ଗର ସିଲିଗୁଡ଼ିକରେ ଆୟୋଜିତ ବିଜେପିର ନିର୍ବାଚନୀ ପ୍ରଚାର ସଭାରେ ମୋଦୀ ଯୋଗଦେଇ ମମତାଙ୍କ ଉପରେ ବର୍ଷିଛନ୍ତି। ବିକାଶରେ ବାଧକ ସାଜିଥିବା ମମତାଙ୍କୁ ରାଜ୍ୟବାସୀ ହଟାଇବା ପର‌୍ୟ୍ୟନ୍ତ ମୁଁ ଅପେକ୍ଷା କରିଛି। ଏହା ପରେ ହିଁ ଏଠାରେ ଦ୍ରୁତ ବିକାଶ ହୋଇପାରିବ।
ମୋଦୀ ଆହୁରି କହିଥିଲେ, ମମତା ଗରିବଙ୍କ ପାଇଁ ଚିନ୍ତିତ ନୁହନ୍ତି। ସେ ଗରିବଙ୍କୁ ନେଇ ରାଜନୀତି କରୁଛନ୍ତି। ଦାରିଦ୍ର‌୍ୟ ଦୂରୀକରଣ ହୋଇଗଲେ ସେ ରାଜନୀତି କିପରି କରିବେ। ରାଜ୍ୟରେ ଗରିବ ନ ରହିଲେ ମମତାଙ୍କ ରାଜନୀତି ଶେଷ ହୋଇଯିବ। ମମତାଙ୍କ ମନ୍ତ୍ରୀମାନେ ଗରିବଙ୍କୁ ଲୁଟୁଛନ୍ତି।

ରାଜ୍ୟରେ ହୋଇଥିବା ଚିଟ୍ଫଣ୍ଡ ଦୁର୍ନୀତିରେ ମନ୍ତ୍ରୀ ଏବଂ ବିଧାୟକମାନେ ଗରିବଙ୍କ ଟଙ୍କା ଲୁଟ କରିଛନ୍ତି। ଭାରତୀୟ ବାୟୁସେନା ବାଲାକୋଟରେ ଆକ୍ରମଣ କରି ଫେରିବା ପରେ ଇସଲାମାବାଦ ଏବଂ ରାୱଲପିଣ୍ଡି ଆଖିରୁ ଲୁହ ଗଡ଼ାଇବା କଥା। କିନ୍ତୁ ଦିଦିଙ୍କୁ ଏଠାରେ କଷ୍ଟ ହେଉଥିଲା। ସେ ଏୟାର ଷ୍ଟ୍ରାଇକ୍ର ପ୍ରମାଣ ମାଗୁଥିଲେ। ତେଣୁ ରାଜ୍ୟର ବିକାଶ ଲାଗି ଏଠାରେ ବିଜେପି ସରକାର ଗଠନ ପାଇଁ ବିଜେପି ପ୍ରାର୍ଥୀମାନଙ୍କୁ ଭୋଟ ଦେବାକୁ ମୋଦୀ ନିବେଦନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ